ETV Bharat / bharat

ଗୁମର ଖୋଲିଲେ ଐଶ୍ବର୍ଯ୍ୟା

author img

By

Published : Sep 30, 2019, 3:24 PM IST

ରବିବାର ରାବିଡ଼ି ଦେବୀଙ୍କ ଘରେ ହାଇଭୋଲଟେଜ ଡ୍ରାମା ଦେଖିବାକୁ ମିଳିଥିଲା । ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କ ଘରେ ବୋହୂ ଐଶ୍ବର୍ଯ୍ୟା ଓ ତାଙ୍କ ବାପା ମାଆ ଆସି ପହଞ୍ଚି ଥିଲେ । ମାତ୍ର ଗେଟ ଖୋଲି ନଥିଲେ ରାବିଡ଼ି ଦେବୀ । ଫଳରେ ବର୍ଷାରେ ଓଦା ହୋଇଥିଲେ ଐଶ୍ବର୍ଯ୍ୟା ଓ ତାଙ୍କ ବାପା ମାଆ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ପାଟନା: କଥାରେ ଅଛି ବଡ଼ ଘର ବଡ଼ ଗୁମର କଥା । ଏଭଳି ପରିସ୍ଥିତି ଦେଖିବାକୁ ମିଳିଛି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡ଼ି ଦେବୀଙ୍କ ଘରେ । ରବିବାର ହୋଇଥିବା ଏହି ହାଇଭୋଲଟେଜ ଡ୍ରାମା ବିଳମ୍ବିତ ରାତିରେ ଶେଷ ହୋଇଥିଲା । ପାଟନା ଡିଏସପି ରାବିଡ଼ି ଦେବୀଙ୍କ ଘରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା ।

ଏହା ସହିତ ରାବିଡ଼ି ଦେବୀଙ୍କ ବୋହୂ ଐଶ୍ବର୍ଯ୍ୟା ରାୟ ନିଜ ଶାଶୂ, ଶ୍ବଶୁର ଓ ନଣନ୍ଦଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି । ଶାଶୁ ରାବିଡ଼ି ଦେବୀ ବିଭିନ୍ନ ପ୍ରକାର ମାନସିକ ଓ ଶାରିରୀକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି ସେ । ତେବେ ଏହାକୁ ବିରୋଧ କରିବା ସହିତ ରାବିଡ଼ି ଦେବୀ କହିଛନ୍ତି କି ନିଜ ଘରେ ସେ ନିଜେ ଅସୁରକ୍ଷିତ।

ତେବେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଏଭଳି କଥା ଶୁଣିବା ପରେ ସୁରକ୍ଷାକୁ ନେଇ ସୁରକ୍ଷାକର୍ମୀ ପ୍ରଶ୍ନ ଉଠାଇଛନ୍ତି । ଗତକାଲି ରାବିଡ଼ି ଦେବୀ ବୋହୂ ଐଶ୍ବର୍ଯ୍ୟାଙ୍କୁ ଘର ଭିତରକୁ ଆସିବାକୁ ଦେଇ ନଥିଲେ । ବର୍ଷାରେ ଐଶ୍ବର୍ଯ୍ୟା ଏବଂ ତାଙ୍କ ପରିବାର ଓଦା ହେଉଥିବାର ଦେଖିବାକୁ ମିଳିଥିଲା।

patna
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଐଶ୍ବର୍ଯ୍ୟା କହିଛନ୍ତି କି ଶାଶୂ ଏବଂ ନଣନ୍ଦ ବିଭିନ୍ନ ସମୟରେ ମାରପିଟ କରୁଛନ୍ତି । ତାଙ୍କୁ ଖାଇବାକୁ ମଧ୍ୟ ଦେଉନାହାଁନ୍ତି। ଏପରିକି ରବିବାର ମଧ୍ୟ ତାଙ୍କୁ ଖାଇବାକୁ ଦେଇନଥିବା ସେ କହିଥିଲେ । ସେହିପରି ତାଙ୍କ ନଣନ୍ଦ ବିଭିନ୍ନ ସମୟରେ ଗାଳିଗୁଲଜ କରୁଥିବା ଅଭିଯୋଗ କରିଛନ୍ତି ଐଶ୍ବର୍ଯ୍ୟା । ସେ ଆହୁରି ମଧ୍ୟ କହିଛନ୍ତି କି ସେ ତାଙ୍କ ଶାଶୁ ଘରେ ରହିବାକୁ ଚାହୁଁଛନ୍ତି । ମାତ୍ର ତାଙ୍କ ନଣନ୍ଦ ସ୍ବାମୀ ତେଜପ୍ରତାପଙ୍କୁ ମୋ ବିରୋଧରେ ଉସୁକାଇ ଆମ ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି ।

ଝିଅ ମାମଲାରେ ଐଶ୍ବର୍ଯ୍ୟାଙ୍କ ପିତା ଚନ୍ଦ୍ରିକା ରାୟ ମଧ୍ୟ ନିଜ ମୁହଁ ଖୋଲିଛନ୍ତି । ସେ କହିଛନ୍ତି କି ଏଭଳି ଘରେ ବନ୍ଧୁ ସ୍ଥାପନ କରିବା ଆମ ପକ୍ଷେ ଏକ ବଡ଼ ଭୁଲ ହୋଇଯାଇଛି । ଏଭଳି ଘରେ ସମ୍ପର୍କ ସ୍ଥାପନ କରି ଆମକୁ ଲାଜ ଲାଗୁଛି ବୋଲି ସେ କହିଥିଲେ।

Intro:Body:

PRABHU

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.