ETV Bharat / bharat

ବିଦାୟ ନେଉଛନ୍ତି ବିଧାୟକ, ବିଜେପି ପାଇଁ ରାସ୍ତା ସଫା ! - jds

କୁମାରସ୍ବାମୀଙ୍କ ସରକାରରୁ ଇସ୍ତଫା ଦେଲେ ଆଉ ଜଣେ ସ୍ବାଧୀନ ବିଧାୟକ । କର୍ଣ୍ଣାଟକ କଂଗ୍ରେସରୁ  ସସପେଣ୍ଡ ହୋଇଥିବା ବିଧାୟକ ରୋଶନ ବର୍ଗ ମଧ୍ୟ ଇସ୍ତଫା ଦେଇ ବିଜେପିରେ ସାମିଲ ହେବେ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ।

ଫାଇଲ ଫଟୋ
author img

By

Published : Jul 8, 2019, 9:40 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ରାଜନୀତିରେ ଖେଳିଯାଇଛି ସଙ୍କଟର କଳା ବାଦଲ । ଯେକୌଣସି ମୁହୁର୍ତ୍ତରେ ଭାଙ୍ଗିପାରେ କୁମାରସ୍ବାମୀଙ୍କ ସରକାର । ଶନିବାର କଂଗ୍ରେସ-ଜେଡିଏସ ମେଣ୍ଟ ସରକାରର ୧୩ ଅସନ୍ତୁଷ୍ଟ ବିଧାୟକ ଇସ୍ତଫା ଦେବା ପରେ ଆରମ୍ଭ ହୋଇଥିଲା ଏହି ରାଜନୈତିକ ସଙ୍କଟ । ଏହା ପରେ ସୋମବାର ଆଉ ଜଣେ ସ୍ବାଧୀନ ବିଧାୟକ ଇସ୍ତଫା ଦେଇ ବିଜେପିକୁ ସମର୍ଥନ କରିବେ ବୋଲି କହିବା ପରେ ଏହି ସଙ୍କଟ ଆହୁରି ଘନୀଭୁତ ହୋଇଥିଲା । ତେବେ ବର୍ତ୍ତମାନ କଂଗ୍ରେସ ଦଳରୁ ସସପେଣ୍ଡ ହୋଇଥିବା ବିଧାୟକ ରୋଶନ ବର୍ଗ ମଧ୍ୟ ଇସ୍ତଫା ଦେଇ ବିଜେପିରେ ସାମିଲ ହେବାକୁ ଯାଉଛନ୍ତି ।

ସୋମବାର ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ରୋଶନ ବର୍ଗ କହିଛନ୍ତି, କଂଗ୍ରେସ ମୋ ସହ ଅନ୍ୟାୟ କରିଛି, କଂଗ୍ରେସ ମୋ ସହ ଯେଉଁ ପ୍ରକାର ବ୍ୟବହାର କରିଛି ତାହା ମୋତେ ଦୁଃଖିତ କରିଛି । ତେଣୁ ମୁଁ ବିଧାୟକ ପଦରୁ ଇସ୍ତଫା ଦେଇ ବିଜେପିରେ ଯୋଗ ଦେବି ବୋଲି ସେ କହିଛନ୍ତି ।

ସେପଟେ ସୋମବାର ଆଉ ଜଣେ ସ୍ବାଧୀନ ବିଧାୟକ ଆର ଶଙ୍କର କୁମାରସ୍ବାମୀ ସରକାରଙ୍କୁ ଝଟକା ଦେଇ ବିଜେପିକୁ ସମର୍ଥନ କରିଛନ୍ତି । ସେ ଆଜି ସନ୍ଧ୍ୟାରେ ରାଜ୍ୟପାଳଙ୍କୁ ନିଜ ଇସ୍ତଫା ପତ୍ର ଦେଇଛନ୍ତି ।

ତେବେ ୨ ସ୍ବାଧୀନ ବିଧାୟକଙ୍କ ସମର୍ଥନ ପରେ ରାଜ୍ୟରେ ସରକାର ଗଢିବାକୁ ମନ ବଳାଇଛି ବିଜେପି । ୨୨୪ ଆସନଯୁକ୍ତ କର୍ଣ୍ଣାଟକ ବିଧାନସଭାରେ ଆଉ ଜଣେ ସ୍ବାଧୀନ ବିଧାୟକର ସମର୍ଥନ ପରେ ବିଜେପିର ବିଧାୟକ ସଂଖ୍ୟା ଏବେ ୧୦୭କୁ ପହଞ୍ଚିଛି । ସେପଟେ ରୋଶନ ବର୍ଗ ଯଦି ଇସ୍ତଫା ଦେଇ ବିଜେପିକୁ ସମର୍ଥନ କରନ୍ତି ତାହେଲେ ବିଜେପିର ବିଧାୟକ ସଂଖ୍ୟା ୧୦୮କୁ ପହଞ୍ଚିଯିବ ।

Intro:Body:

sfss

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.