ETV Bharat / bharat

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ହେଲା 'କ୍ୱାରନଣ୍ଟିନା'

author img

By

Published : Jun 16, 2020, 12:35 PM IST

କେରଳରୁ ଆସାମକୁ ଆସୁଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି ମହିଳା । ଯାହାର ନାଁ ସେ ଦେଇଥିଲେ କ୍ୱାରନଣ୍ଟିନା। ଅଧିକ ପଢନ୍ତୁ...

ଶ୍ରମିକ ସ୍ପେଶାଲ ଟ୍ରେନରେ ଜନ୍ମ ହେଲା କ୍ୱାରଣ୍ଟିନା

ଗୌହାଟି: ଟ୍ରେନରେ ଶିଶୁକନ୍ୟାକୁ ଜନ୍ମ ଦେଲେ ମହିଳା । କେରଳରୁ ଆସାମକୁ ଆସୁଥିବା ଏକ ଶ୍ରମିକ ସ୍ପେଶାଲ ଟ୍ରେନରେ ଏକ ଶିଶୁ କନ୍ୟାକୁ ଜନ୍ମ ହୋଇଛି । ରେଳ ଅଧିକାରୀଙ୍କ ସୂଚନାନୁଯାୟୀ, ଗୋଲାଘାଟ ଜିଲ୍ଲାର ସରୁପାନି ଗ୍ରାମରେ ରହୁଥିବା ନୀଲିମା ଜାଁୟ ନାମକ ଜଣେ ମହିଳାଙ୍କ ଟ୍ରେନରେ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା ।

ବାରପେଟା ରୋଡ୍ ରେଳ ଷ୍ଟେସନରେ ଟ୍ରେନଟି ପହଞ୍ଚିବା ପରେ ଯନ୍ତ୍ରଣା ବଢିବାରୁ ମହିଳା ଜଣକ ଟ୍ରେନ ଭିତରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ଯାହାର ନାଁ ସେ ଦେଇଥିଲେ କ୍ୱାରନଣ୍ଟିନା ।

ତେବେ ଟ୍ରେନରେ ଚଢୁଥିବା ମହିଳାମାନେ ସନ୍ତାନ ପ୍ରସବ କରିବାରେ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ। ସୂଚନା ପାଇଁ ରେଳ ଷ୍ଟେସନ ଅଧିକାରୀମାନେ ମା’ ଓ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ଉଭୟ ମା ଏବଂ ଶିଶୁଙ୍କ ସ୍ୱାସ୍ଥ୍ୟ ସ୍ଥିର ରହିଛି ବୋଲି ବାରପେଟା ଡେପୁଟି କମିଶନର ମୁନିନ୍ଦ୍ର ଶର୍ମା ସୂଚନା ଦେଇଛନ୍ତି ।

ରିପୋର୍ଟ ଅନୁଯାୟୀ, ମହିଳା ଏବଂ ତାଙ୍କ ସ୍ୱାମୀ କେରଳର ଏକ କାରଖାନାରେ କାମ କରୁଥିଲେ। ମହିଳା ଜଣକ କେରଳରେ ଏକୁଟିଆ ରହୁଥିବାବେଳେ ତାଙ୍କ ସ୍ୱାମୀଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ କାମରେ ଫେରିବାକୁ ପଡିଥିଲା। ଫଳରେ ମହିଳା ଜଣକ କେରଳରୁ ଆସାମକୁ ଏକାକୀ ଯାତ୍ରା କରୁଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.