ETV Bharat / bharat

କୋରୋନା ଯୋଦ୍ଧାଙ୍କୁ ମାଗଣାରେ ମାସ୍କ, ସାନିଟାଇଜର ବାଣ୍ଟିବ ଘରୋଇ ସ୍କୁଲ

ପଞ୍ଜାବର ଫିରୋଜପୁର ସହରର ଏକ ଘରୋଇ ବିଦ୍ୟାଳୟ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ କରି କୋରୋନା ଯୋଦ୍ଧାଙ୍କୁ ମାଗଣାରେ ବଣ୍ଟନ କରିବ ବୋଲି ନିଷ୍ପତ୍ତି ନେଇଛି ।

_mask and sanitizer
କୋରୋନା ଯୋଦ୍ଧାଙ୍କ ପାଇଁ ମାସ୍କ ଏବଂ ସାନିଟାଇଜର ତିଆରୀ କଲା ଘରୋଇ ବିଦ୍ୟାଳୟ
author img

By

Published : Apr 25, 2020, 9:45 AM IST

ଚଣ୍ଡିଗଡ: ମାସ୍କ ଏବଂ ସାନିଟାଇଜର ତିଆରି କଲା ପଞ୍ଜାବର ଏକ ଘରୋଇ ସ୍କୁଲ । ପଞ୍ଜାବର ଫିରୋଜପୁର ସହରର ଏକ ଘରୋଇ ବିଦ୍ୟାଳୟ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ କରି କୋରୋନା ଯୋଦ୍ଧାଙ୍କୁ ମାଗଣାରେ ଏହାକୁ ବଣ୍ଟନ କରିବ ବୋଲି ନିଷ୍ପତ୍ତି ନେଇଛି ।

ବିଦ୍ୟାଳୟର ନିର୍ଦ୍ଦେଶକ ଅନିରୁଦ୍ଧ ଗୁପ୍ତା କହିଛନ୍ତି ଯେ, ତାଙ୍କ ଟିମ୍ ସ୍ୱଳ୍ପ ମୂଲ୍ୟର ଭେଣ୍ଟିଲେଟର ତିଆରି କରିବା ପାଇଁ ମଧ୍ୟ ଯୋଜନା କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ଏଭଳି ସମୟରେ ଡାକ୍ତରଙ୍କ ସମେତ ପାରାମେଡିକାଲ୍ କର୍ମଚାରୀ, ନର୍ସ, ପରିମଳ କର୍ମଚାରୀମାନେ ଅଧିକ ସତର୍କ ରହିବା ଆବଶ୍ୟକ । ଏଣୁ ଆମ କୋରୋନା ଯୋଦ୍ଧାମାନଙ୍କୁ ସାହାର୍ଯ୍ୟ କରିବା ପାଇଁ ଆମେ ମାସ୍କ ଏବଂ ସାନିଟାଇଜର ଉତ୍ପାଦନ ଆରମ୍ଭ କରିଛୁ । ଯାହା ସେମାନଙ୍କୁ ମାଗଣାରେ ବଣ୍ଟନ କରାଯିବ।

ଏଭଳି ବିପଦ ସମୟରେ ଲୋକମାନେ ପରସ୍ପରକୁ ସାହାଯ୍ୟ କରିବା ଉଚିତ । ଏଥିସହ କୌଣସି ପରିସ୍ଥିତିରେ ସାମାଜିକ ଦୂରତା ନିୟମ କିମ୍ବା ଲକଡାଉନ ନିୟମକୁ ଉଲଙ୍ଘନ କରିବା ଉଚିତ୍ ନୁହେଁ ବୋଲି କହିଛନ୍ତି ସ୍କୁଲର ନିର୍ଦ୍ଦେଶକ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.