ETV Bharat / bharat

ପଞ୍ଜାବ ପୋଲିସକୁ ସଫଳତା: ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟାର 'ବିଲା' ଗିରଫ - ପଞ୍ଜାବ ପୋଲିସ

ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବଲଜିନ୍ଦର ସିଂ 'ବିଲା' ମାଣ୍ଡିଆଲାଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ବିଲାର ପାକିସ୍ତାନ ସ୍ଥିତ ଖଲିସ୍ତାନ ମୁକ୍ତି ବାହିନୀର ମୁଖ୍ୟ ହରମିତ ସିଂ ଖୁସିଙ୍କ ସହ ସମ୍ପର୍କ ଥିବା ଜଣାପଡିଛି । ଅନ୍ୟ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଖଜିନ୍ଦର ଏବଂ ବିଲା ଗ୍ୟାଙ୍ଗର ଅନ୍ୟ 5ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି ।

Punjab Police a
Punjab Police a
author img

By

Published : May 8, 2020, 8:03 PM IST

ଚଣ୍ଡିଗଡ଼: ପଞ୍ଜାବ ପୋଲିସକୁ ବଡ ସଫଳତା । ମୋଷ୍ଟ ୱାଣ୍ଟେଡ ଗ୍ୟାଙ୍ଗଷ୍ଟର ବଲଜିନ୍ଦର ସିଂ 'ବିଲା' ମାଣ୍ଡିଆଲାଙ୍କୁ ଗିରଫ କରିଛନ୍ତି । ବିଲାର ପାକିସ୍ତାନ ସ୍ଥିତ ଖଲିସ୍ତାନ ମୁକ୍ତି ବାହିନୀର ମୁଖ୍ୟ ହରମିତ ସିଂ ଖୁସିଙ୍କ ସହ ସମ୍ପର୍କ ଥିବା ଜଣାପଡିଛି । ଅନ୍ୟ ଜଣେ କୁଖ୍ୟାତ ଗ୍ୟାଙ୍ଗଷ୍ଟର ସୁଖଜିନ୍ଦର ଏବଂ ବିଲା ଗ୍ୟାଙ୍ଗର ଅନ୍ୟ 5ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି । ଡ୍ରୋନ୍ ସମେତ ପାକିସ୍ତାନରୁ ଚୋରା ଚାଲାଣ କରାଯାଉଥିବା ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର , ନଗଦ ଅର୍ଥ ଜବତ କରାଯାଇଛି ।

ପଞ୍ଜାବ ପୋଲିସ ଡିଜିପି ଡିନକର ଗୁପ୍ତା କହିଛନ୍ତି ଯେ ଗୁରୁବାର ମିଳିତ ଅପରେସନ ପରେ ଗିରଫ କରାଯାଇଛି । ବିଲା ମାଣ୍ଡିଆଲାଙ୍କ ବ୍ୟତୀତ ଅନ୍ୟମାନଙ୍କୁ ଗୁରୁଦାସପୁରର ବଲଜିନ୍ଦର ସିଂ, ଅମୃତସରର ସୁଖଜୀନ୍ଦର ସିଂ, କପୁରଥାଲାର ମୋହିତ ଶର୍ମା, ଲଭପ୍ରୀତ ସିଂ, ମଙ୍ଗଲ ସିଂ ଏବଂ ମଣିନ୍ଦରଜିତ ସିଂ ବୋଲି ଜଣାପଡିଛି।

ହତ୍ୟା, ହତ୍ୟା ଉଦ୍ୟମ ତଥା ଅସ୍ତ୍ରଶସ୍ତ୍ର ତଥା ଡ୍ରଗ୍ସ ଚୋରା ଚାଲାଣ ଭଳି 18 ରୁ ଅଧିକ ଅପରାଧିକ ମାମଲା ବିଲା ମାଣ୍ଡିଆଲା ଉପରେ ରହିଛି । ଗିରଫ ହୋଇଥିବା ସମସ୍ତ ବ୍ୟକ୍ତିଙ୍କୁ ଅଲଗା ଅଲଗା ରଖାଯାଇଛି କାରଣ ସେମାନେ କୋଭିଡ -19 ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ଦ୍ବାରା ପରୀକ୍ଷା କରାଯାଉଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.