ଚଣ୍ଡିଗଡ଼: କୋଭିଡ ନିୟମକୁ କୋହଳ କଲେ ପଞ୍ଜାବ ସରକାର । ଏଣିକି ବିଦେଶରୁ କୋଭିଡ -19 ନେଗେଟିଭ୍ ରିପୋର୍ଟ ନେଇ ରାଜ୍ୟକୁ ଆସିଥିବା ଲୋକମାନେ ହୋମ ଆଇସୋଲେସନରେ ରହିପାରିବେ । ବିମାନବନ୍ଦରରେ ଯାଞ୍ଚ ସମୟରେ ଯଦି କୌଣସି ବ୍ୟକ୍ତିର ରିପୋର୍ଟ ପଜିଟିଭ୍ ଆସେ, ତେବେ କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶାବଳୀ ଅନୁଯାୟୀ, ସେ ହୋମ-ଆଇସୋଲେସନରେ ରହିପାରିବେ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କହିଛନ୍ତି ।
ସେ କହିଛନ୍ତି ଯେ କୋଭିଡ୍ ମାମଲାରେ ଦେଶର 17 ନମ୍ବର ସ୍ଥାନରେ ରହିଛି ପଞ୍ଜାବ । ଏବେ ରାଜ୍ୟରେ ପ୍ରତିଦିନ 28,000 ନମୁନା ପରୀକ୍ଷା କରାଯାଉଛି, ଏବଂ ଏହା ଖୁବଶୀଘ୍ର ପ୍ରତିଦିନ 30,000 ନମୁନାରେ ପହଞ୍ଚିବ ବୋଲି ସେ କହିଛନ୍ତି । ସିଂ କହିଛନ୍ତି ଯେ, କୋଭିଡ -19ରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ଅଙ୍ଗ ପ୍ରତିରୋପଣ ରିପୋର୍ଟ ସମ୍ପୂର୍ଣ୍ଣ ମିଥ୍ୟା ଏବଂ ଏପରି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଚେତାବନୀ ଦେଇଛନ୍ତି।
ପଞ୍ଜାବ ସରକାର ବୁଧବାର କହିଛନ୍ତି ଯେ, 30 ସେପ୍ଟେମ୍ବର ପର୍ଯ୍ୟନ୍ତ ରାଜ୍ୟର ସମସ୍ତ 167 କର୍ପୋରେସନ୍ ସହରରେ ଶନିବାର ଆଉ ଲକ଼ଡାଉନ ରହିବ ନାହିଁ । କେବଳ ରବିବାର ହିଁ ଲକଡାଉନ ବଳବତ୍ତର ରହିବ ।