ETV Bharat / bharat

ଆଜି ପଞ୍ଜାବ କୃଷକ ସଙ୍ଗଠନ ସହ ଆଲୋଚନା କରିବ କେନ୍ଦ୍ର - ପଞ୍ଜାବ କୃଷକ ସଙ୍ଗଠନର କେନ୍ଦ୍ର ସହ ଆଲୋଚନା

ଅକ୍ଟୋବର 14 ତାରିଖରେ କେନ୍ଦ୍ର ସହ ପଞ୍ଜାବ କୃଷକ ସଙ୍ଗଠନର ଆଲୋଚନା ନ ହୋଇପାରିବା ପରେ ପୁଣି ଶୁକ୍ରବାର କୃଷି ବିଲ ସଂପର୍କରେ କେନ୍ଦ୍ର ସହ ଆଲୋଚନା ହେବ ବୋଲି ଜଣାପଡିଛି । ଅଧିକ ପଢନ୍ତୁ...

Punjab Farmers' Organization talks with Center on the agricultural bill today
ଆଜି କୃଷି ବିଲ ସଂପର୍କରେ ପଞ୍ଜାବ କୃଷକ ସଙ୍ଗଠନର କେନ୍ଦ୍ର ସହ ଆଲୋଚନା
author img

By

Published : Nov 13, 2020, 3:07 PM IST

ଚଣ୍ଡିଗଡ: ଶୁକ୍ରବାର ଚାଷୀଙ୍କ ବିଭିନ୍ନ ସମସ୍ୟା ସଂପର୍କରେ କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ପୁଣି ଆଲୋଚନା କରିବ ପଞ୍ଜାବ କୃଷକ ସଙ୍ଗଠନ । ତେବେ ଏହି ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ । ବିଭିନ୍ନ ସମସ୍ୟା ମଧ୍ୟରେ କୃଷି ବିଲ ମୁଖ୍ୟ ପ୍ରସଙ୍ଗ ରହିବ ବୋଲି ସୂଚନା ମିଳିଛି ।

ରାଜ୍ୟରେ ମାଲବାହୀ ରେଳ ସେବା ସଂପର୍କରେ କୃଷକମାନେ ଆଲୋଚନା କରିବେ । ରାଜ୍ୟରେ ମାଲବାହୀ ରେଳସେବା ବନ୍ଦ ହେବା ପରେ ଗହମ ବୁଣିବା ପାଇଁ ଆବଶ୍ୟକ ହେଉଥିବା ୟୁରିଆ ଓ ଡାଇମୋନିୟମ ଫସଫେଟ(DAP)ର ରପ୍ତାନୀ କରାଯାଇପାରୁନାହିଁ । ଶକ୍ତି ଉତ୍ପାଦନ ପାଇଁ କୋଇଲାର ଆବଶ୍ୟକ ପଡୁଥିଲେ ମଧ୍ୟ କୋଇଲା ଯୋଗାଣରେ ବାଧା ଉତ୍ପନ୍ନ ହେଉଛି । ଧାନ ଫସଲ ପରେ ଧାନ ବସ୍ତାଗୁଡିକ ରପ୍ତାନୀ କରାନଯାଇ ଗୋଦାମରେ ପଡିରହୁଛି ଫଳରେ ଗହମ ଶସ୍ୟଗୁଡିକ ସଂରକ୍ଷଣ ପାଇଁ ଗୋଦାମରେ ସ୍ଥାନ ସୃଷ୍ଟି କରିବାରେ ବାଧା ଉପୁଜୁଛି ।

ରାଜ୍ୟରେ ଅକ୍ଟୋବର 22 ଓ 23 ତାରିଖକୁ ବାଦ ଦେବା ପରେ ପ୍ରାୟ ଦେଢ ମାସ ଧରି ଏହି ସବୁ ଶସ୍ୟର ରପ୍ତାନୀ ପାଇଁ ରେଳସେବା ବନ୍ଦ ରହିଛି । ସେପଟେ ରାଜ୍ୟ ଦେଇ 173ଟି ମାଲବାହୀ ରେଳ ଯାତ୍ରା କରୁଛି ।

କେନ୍ଦ୍ର ସରକାରଙ୍କ ସହିତ ଆଲୋଚନା ସମୟରେ କୃଷି ବିଲର ତିନୋଟି ବିବାଦୀୟ ଚାଷ ନିୟମ ପ୍ରତ୍ୟାହାର, ନଚେତ୍‌ ସର୍ବନିମ୍ନ ସମର୍ଥନ ମୂଲ୍ୟ ବା ଏମଏସପିର ଗ୍ୟାରେଣ୍ଟି ସହିତ ଅନ୍ୟ ଏକ ବିଲ ପାରିତ କରିବାକୁ କୃଷକ ସଙ୍ଗଠନର ସଭାପତି ହରପ୍ରୀତ ସିଂ କହିଛନ୍ତି । ସେପଟେ କ୍ରାନ୍ତିକାରୀ କିଷାନ ୟୁନିୟନର ସଭାପତି ଦର୍ଶନ ପାଲ କହିଛନ୍ତି ଯେ କୃଷି ବିଲ କୃଷକମାନଙ୍କ ଦ୍ବାରା ଗୃହୀତ ନୁହେଁ ପ୍ରସଙ୍ଗକୁ କେନ୍ଦ୍ର ସରକାରଙ୍କ ସମ୍ମୁଖରେ ରଖାଯିବ । ଏହାସହିତ କେନ୍ଦ୍ର କୌଣସି କୃଷି ବିଲ ପ୍ରସ୍ତୁତ କରିବା ପୂର୍ବରୁ କୃଷକଙ୍କ ମତାମତ ଲୋଡିବା ନିହାତି ଆବଶ୍ୟକ ବୋଲି ସେ କହିଛନ୍ତି ।

ତେବେ ପୂର୍ବରୁ ଅକ୍ଟୋବର 14 ତାରିଖରେ ପଞ୍ଜାବରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକଙ୍କ ସହିତ ଆଲୋଚନା କରିବାକୁ କେନ୍ଦ୍ର ସରକାର କୃଷକ ସଙ୍ଗଠନକୁ ଡାକିଥିଲେ । ତେବେ ଏହି ବୈଠକରେ କୌଣସି ମନ୍ତ୍ରୀ ଉପସ୍ଥିତ ନ ହେବାରୁ କୃଷକମାନେ ଉକ୍ତ ତାରିଖରେ ନିଜ ସମସ୍ୟା ସଂପର୍କରେ ଆଲୋଚନା କରିପାରିନଥିଲେ । ତେବେ ପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ବିଜେପିର ବରିଷ୍ଠ ନେତା ସୁରଜିତ କୁମାର ଜାନିଙ୍କ ସହ ଭେଟି ଶୁକ୍ରବାର ବିକ୍ଷୋଭକାରୀ କୃଷକଙ୍କ ସହ ଆଲୋଚନା କରିବାକୁ ତାରିଖ ଧାର୍ଯ୍ୟ କରିଥିଲେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.