ETV Bharat / bharat

ସହିଦ ସୁବେଦାରଙ୍କ ପରିବାରକୁ ଚାକିରି ସହ 50 ଲକ୍ଷର ସହାୟତା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ - 60 ଏସଏଟିଏ ରେଜିମେଣ୍ଟ

ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର 60 ଏସଏଟିଏ ରେଜିମେଣ୍ଟର ସହିଦ ସୁବେଦାର ରାଜେଶ କୁମାରଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ସହିତ 50 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ...

ସହିଦ ସୁବେଦାରଙ୍କ ପରିବାରକୁ ଚାକିରି ସହ 50 ଲକ୍ଷର ସହାୟତା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ

author img

By

Published : Sep 3, 2020, 1:45 AM IST

ଚଣ୍ଡିଗଡ଼: ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବୁଧବାର 60 ଏସଏଟିଏ ରେଜିମେଣ୍ଟର ସହିଦ ସୁବେଦାର ରାଜେଶ କୁମାରଙ୍କ ପରିବାର ସଦସ୍ୟଙ୍କୁ ସରକାରୀ ଚାକିରି ଦେବା ସହିତ 50 ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ।

ଜାମ୍ମୁଓ କାଶ୍ମୀରର ରୌଜରୀ ସେକ୍ଟରରେ ପାକ ସେନାର ଅସ୍ତ୍ର ବିରତି ଉଲ୍ଲଂଘନ ଯୋଗୁଁ 60 ଏସଏଟିଏ ରେଜିମେଣ୍ଟର ସୁବେଦାର ରାଜେଶ କୁମାର ସହିଦ ହୋଇଥିଲେ ।

ସରକାରୀ ବିଜ୍ଞପ୍ତି ଅନୁଯାୟୀ, ମୁଖ୍ୟମନ୍ତ୍ରୀ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ସୁବେଦାର ରାଜେଶ କୁମାର ଦେଶ ପାଇଁ ନିର୍ଭୟରେ ଲଢେଇ କରିଥିଲେ ଏବଂ କୃତଜ୍ଞ ରାଷ୍ଟ୍ର ତାଙ୍କର ସର୍ବୋଚ୍ଚ ବଳିଦାନକୁ କେବେ ଭୁଲି ପାରିବେ ନାହିଁ । ଯାହା ଏକ ପ୍ରେରଣା ଭାବରେ ଆଗାମୀ ପୀଢି ପାଇଁ କାର୍ଯ୍ୟ କରିବ।

ସୁବେଦାର ରାଜେଶ କୁମାରଙ୍କ ପିତା ରାମ ଚାନ୍ଦ ମଧ୍ୟ ସେନାରେ କାର୍ଯ୍ୟ କରିଥିଲେ । ସେ ମଧ୍ୟ ସମାନ ୟୁନିଟରୁ କାଲିଚପୁର କାଲୋଟାରୁ ହାବିଲଦାର ରୂପେ ଅବସର ନେଇଥିଲେ । ସହିଦ ରାଜେଶ କୁମାରଙ୍କ ଘର ହୋସିଆରପୁର ଜିଲ୍ଲାର ମୁକେରିଆଲ ତହସିଲ ଅଞ୍ଚଳରେ ହୋଇଥିବା ବେଳେ ତାଙ୍କ ପିତାମାତାଙ୍କ ସହିତ ପତ୍ନୀ, ଝିଅ ଓ ଗୋଟିଏ ପୁଅ ରହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.