ETV Bharat / bharat

ପଞ୍ଜାବ ଉପନିର୍ବାଚନ: ୪ ବିଧାନସଭା ଆସନ ପାଇଁ କଂଗ୍ରେସର ପ୍ରାର୍ଥୀ ଘୋଷଣା - ପଞ୍ଜାବ 4 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଅକ୍ଟୋବର ୨୧ ତାରିଖରେ ପଞ୍ଜାବରେ ୪ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । ଏହି ଖବର ନେଇ ଅଧିକ ପଢନ୍ତୁ...

ଫାଇଲ ଫଟୋ
author img

By

Published : Sep 23, 2019, 8:48 PM IST

ଚଣ୍ଡିଗଡ଼: ଅକ୍ଟୋବର ୨୧ ତାରିଖରେ ପଞ୍ଜାବରେ ୪ ଟି ବିଧାନସଭା ଆସନ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ସୋମବାର କଂଗ୍ରେସ ତାର ପ୍ରାର୍ଥୀ ଘୋଷଣା କରିଛି । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ସମସ୍ତ 4ଜଣ ପ୍ରାର୍ଥୀଙ୍କ ନାମକୁ ସ୍ବୀକୃତି ପ୍ରଦାନ କରିଛନ୍ତି ।

punjab-bypolls-congres
ଫଟୋ ସୌଜନ୍ୟ: ଟ୍ବିଟର@INCSandesh

ପ୍ରକାଶିତ ତାଲିକା ଅନୁସାରେ ପୂର୍ବତନ ରାଜ୍ୟ ଯୁବ କଂଗ୍ରେସର ମୁଖ୍ୟ ରମୀନ୍ଦ୍ର ଆମଲା ଜଲାଲାବାଦରୁ ନିର୍ବାଚନ ଲଢିବେ । ସେହିପରି ଫଗୱାଡା ସଂରକ୍ଷିତ ବିଧାନସଭା ଆସନ ପାଇଁ କଂଗ୍ରେସ ବଲବିନ୍ଦର ସିଂହଙ୍କୁ ପ୍ରାର୍ଥୀ କରିଛି । ମୁକେରିୟା ବିଧାନସଭା ଆସନରେ ଇନ୍ଦୁ ବାଲା, ଦାଖା ବିଧାନସଭା ଆସନରେ ସନ୍ଦୀପ ସିଂହ ସନ୍ଧୁଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କଂଗ୍ରେସ ସାଧାରଣ ସମ୍ପାଦକ ମୁକୁଲ ୱାସାନିକ ଏହି ସୂଚନା ପ୍ରଦାନ କରିଛନ୍ତି ।

punjab-bypolls-congress
ଫଟୋ ସୌଜନ୍ୟ: ଟ୍ବିଟର@capt_amarinder

ଉପନିର୍ବାଚନ ପାଇଁ 4 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ପରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଟ୍ବିଟ କରି ଖୁସିବ୍ୟକ୍ତ କରିଛନ୍ତି । ଏହାସହ ସମସ୍ତ 4ଗୋଟି ଆସନକୁ କ୍ଲିନ ସ୍ବିପ କରିବା ପାଇଁ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.