ETV Bharat / bharat

‘କୋଭିଡ ପାଇଁ ଘରୋଇ ହସପିଟାଲକୁ ଯୋଗାଇ ଦିଆଯିବ ସମସ୍ତ ସହଯୋଗ’

କୋଭିଡ ମୁକାବିଲା ପାଇଁ ଘରୋଇ ହସପିଟାଲକୁ ସହଯୋଗ ଯୋଗାଇବେ ପଞ୍ଜାବ ସରକାର । ପିପିଇ କିଟ, ଔଷଧ ଓ ଆତ୍ୟାବଶ୍ୟକ ସାମଗ୍ରୀ ବିଭିନ୍ନ ହସପିଟାଲକୁ ଯୋଗାଇବେ ବୋଲି କହିଛନ୍ତି ରାଜ୍ୟ ସରକାର । ଅଧିକ ପଢନ୍ତୁ...

author img

By

Published : Sep 14, 2020, 2:57 PM IST

Punjab assures private hospitals treating Covid of all help
‘କୋଭିଡ ପାଇଁ ଘରୋଇ ହସପିଟାଲକୁ ଯୋଗାଇ ଦିଆଯିବ ସମସ୍ତ ସହଯୋଗ’

ଚଣ୍ତିଗଡ : କୋଭିଡ ମୁକାବିଲା ପାଇଁ ସମସ୍ତ ଘରୋଇ ହସପିଟାଲକୁ ସହଯୋଗ ଯୋଗାଇବେ ପଞ୍ଜାବ ସରକାର । ପିପିଇ କିଟ, ଔଷଧ ଓ ଆତ୍ୟାବଶ୍ୟକ ସାମଗ୍ରୀ ବିଭିନ୍ନ ଘରୋଇ ହସପିଟାଲକୁ ଯୋଗାଇବେ ବୋଲି କହିଛନ୍ତି ରାଜ୍ୟ ସରକାର । କୋଭିଡ ମୁକାବିଲା ପାଇଁ ରାଜ୍ୟରେ ଥିବା 22 ଜିଲ୍ଲାର ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଏଭଳି ଆଶ୍ବାସନା ଦେଇଛନ୍ତି ମୁଖ୍ୟଶାସନ ସଚିବ । ଏହି ମହାମାରୀର ମୁକାବିଲା ପାଇଁ 100ରୁ ଅଧିକ ବେସରକାରୀ ସ୍ବାସ୍ଥ୍ୟସେବା ପ୍ରତିନିଧିମାନେ ସରକାରଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇବେ ବୋଲି କହିଛନ୍ତି । କୋଭିଡ ରୋଗୀଙ୍କ ଜୀବନ ବଞ୍ଚାଇବା ପାଇଁ ଉପଯୁକ୍ତ ଚିକିତ୍ସା ସହ ଯତ୍ନ ନେବେ । ଏହା ସହ ରୋଗୀଙ୍କୁ ବେଡ ମଧ୍ୟ ଯୋଗାଇ ଦେବେ। ଏହି ମହାମାରୀ ସମୟରେ ବ୍ୟବସାୟିକ ମନୋବୃତ୍ତି ନ ରଖି ରାଜ୍ୟବାସୀଙ୍କୁ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବାର ଆବଶ୍ୟକତା ରହିଛି ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।

ରୋଗୀଙ୍କ ନିକଟରେ ସ୍ବାସ୍ଥ୍ୟ ସେବା ଯୋଗାଇବା ସହ କିପରି ରୋଗୀଙ୍କ ପରିବାର ଚାପ ମୁକ୍ତ ରହିବେ, ସେ ନେଇ ଧ୍ୟାନ ଦେବେ । ତେବେ ଏହି କାର୍ଯ୍ୟକ୍ରମରେ 100ରୁ ଅଧିକ ବେସରକାରୀ ସ୍ବାସ୍ଥ୍ୟସେବା ପ୍ରତିନିଧିମାନେ ଯୋଗ ଦେଇଥିଲେ । ଏଥିରେ ରାଜ୍ୟର ସ୍ବାସ୍ଥ୍ୟ ପରାମର୍ଶଦାତା, ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ । 180ରୁ ଅଧିକ ଘରୋଇ ମେଡିକାଲ ଏହି ମହାମାରୀ ଲଢେଇରେ ସାମିଲ ହେବା ପାଇଁ ଆଗେଇ ଆସିଛନ୍ତି । କୋଭିଡ ରୋଗୀଙ୍କ ଚିକିତ୍ସା ପାଇଁ 2,300 ଅଧିକ ଶଯ୍ୟା ଯୋଗାଇ ଦେଇଛନ୍ତି । ସରକାର ମଧ୍ୟ ଘରୋଇ ମେଡିକାଲ ଗୁଡିକୁ ପ୍ରାୟ 100 ଭେଣ୍ଟିଲେଟର ମାଗଣାରେ ଦେଇଛନ୍ତି ।

@ IANS

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.