ETV Bharat / bharat

ସୁରକ୍ଷା ଶୁଣାଣି ପରିବର୍ତ୍ତେ ଜୋରିମାନା, 15 ଦିନ ମଧ୍ୟରେ 10ହଜାର ଫାଇନ ଦେବେ ଦମ୍ପତି

author img

By

Published : Jun 3, 2020, 12:54 PM IST

ସୁରକ୍ଷାର ଶୁଣାଣି କରିବାକୁ ଯାଇ ଜୋରିମାନା ଶୁଣାଇଲେ କୋର୍ଟ । 15 ଦିନ ମଧ୍ୟରେ 10 ହଜାର ଟଙ୍କା ଫାଇନ ଭରିବେ ନବ ଦମ୍ପତି । ଅଧିକ ପଢନ୍ତୁ...

ସୁରକ୍ଷାର ଶୁଣାଣି କରିବାକୁ ଯାଇ ନବ ଦମ୍ପତିଙ୍କୁ 10 ହଜାର ଫାଇନ ଲଗାଇଲେ କୋର୍ଟ

ଅମୃତସର: ବିନା ମାସ୍କରେ ମହଙ୍ଗା ପଡିଲା ବିବାହ । 10 ହଜାର ଟଙ୍କା ଫାଇନ ଗଣିବେ ନବ ବିବାହିତା ଦମ୍ପତି । ନିୟମ ଉଲ୍ଲଙ୍ଘନ କରିଥିବାରୁ ଜରିମାନ ଭରିବାକୁ ନିର୍ଦ୍ଦେଶ ଦେଲେ ପଞ୍ଜାବ ଓ ଚଣ୍ଡିଗଡ ହାଇକୋର୍ଟ । 15 ଦିନ ମଧ୍ୟରେ ହୋଶିଆରପୁର ଡେପୁଟ କମିଶନରୁ ଫାଇନ ଭରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହା ସହ ଏହି ଫାଇନ ଟଙ୍କାରେ ସାଧାରଣ ଲୋକଙ୍କୁ ମାଗଣାରେ ମାସ୍କ ବାଣ୍ଟିକୁ ହୋଶିଆରପୁର ଡେପୁଟ କମିଶନ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ବର, କନ୍ୟା ନିଜର ସୁରକ୍ଷା ପାଇଁ ହାଇକୋର୍ଟଙ୍କ ନିକଟରେ ଏକ ଯାଚିକା ଆବେଦନ କରିଥିଲେ । ଯେଉଁଥିରେ ସେମାନେ କହିଥିଲେ, ସେମାନଙ୍କ ଏ ବିବାହକୁ ନେଇ ଉଭୟ ପରିବାର ପ୍ରତିବାଦ କରିଥିଲେ । ସେମାନଙ୍କୁ ଅଲଗା କରିବାକୁ ଚେଷ୍ଟା ମଧ୍ୟ କରୁଥିଲେ । ଜୀବନ ପ୍ରତି ବିପଦ ଥିବାରୁ କୋର୍ଟଙ୍କୁ ସୁରକ୍ଷା ମାଗିଥିଲେ ।

ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ସମୟରେ ଉଭୟଙ୍କ ବିବାହ ଫଟୋ ଦେଖାଯାଇଥିଲା । ବିବାହରେ ବର, କନ୍ୟା କି ଉପସ୍ଥିତ କୌଣସି ବ୍ୟକ୍ତି ମଧ୍ୟ ମାସ୍କ ପିନ୍ଧିନଥିଲେ । କୋରୋନା ସଂକ୍ରମଣକୁ ନେଇ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଥିବାବେଳେ ନିୟମ ଉଲ୍ଲଙ୍ଘନ କଲେ ଜୋରିମାନା ଲାଗୁ କରାଯାଇଛି । ଫଳରେ ଉଭୟଙ୍କୁ ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେବା ସହ ସେମାନଙ୍କୁ ସୁରକ୍ଷା ଦେବାକୁ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.