ମହାରାଷ୍ଟ୍ର: ନିକଟରେ ଅହମ୍ମଦାବାଦର ମହିଳା ସେଜଲ ଶାହା ଗରମରୁ ତ୍ରାହି ପାଇବା ପାଇଁ ନିଜ କାରକୁ ଗୋବର ଲେପ ଦେଇ ଚର୍ଚ୍ଚାରେ ଥିଲେ । ଠିକ ସେହି ଘଟଣାର ପୁନରାବୃତ୍ତି ହୋଇଛି ପୁଣେରେ । ଜଣେ ଡାକ୍ତର ଖରା ଗରମରୁ ବଞ୍ଚିବା ପାଇଁ ନିଜ ଏସୟୁବି କାରକୁ ଦେଇଛନ୍ତି ଗୋବର ଲେପ । ଏ ନେଇ ସେ ସୋସିଆଲ ମିଡିଆରେ ଫଟୋ ସେୟାର କରିଛନ୍ତି ।
ଡାକ୍ତର ନବନାଥ ଦୁଧାଲ ନିଜ କାରରେ ଏବେ ଏସି ଲଗାଇବା ମଧ୍ୟ ବନ୍ଦ କରିଦେଲେଣି । ବାହାରର ଖରା ତାଙ୍କ ଉପରେ କୌଣସି ପ୍ରଭାବ ପକାଉ ନାହିଁ ବୋଲି କହିଛନ୍ତି ସେ । ତିନିଟି ପରସ୍ତ ଦେଇ ଗୋବର ଲେପ ଦିଆଯାଇଛି, ଯାହା ଗୋଟିଏ ମାସ ପର୍ଯ୍ୟନ୍ତ ସୁରକ୍ଷିତ ରହିବ ।
ଖରା ଦିନ ପରେ ମଧ୍ୟ ପୂର୍ବ ଅବସ୍ଥାକୁ ଫେରି ପାରିବ । ସୂତା ଓ ପାଣି ସାହାଯ୍ୟରେ ଏହି ଗୋବର କାରରୁ ଛଡାଯାଇ ପାରିବ । ବିନା ଦାଗରେ ପୁଣି କାର ନୂଆ ଦିଶିବ ବୋଲି କହନ୍ତି ଡାକ୍ତର ଦୁଧାଲ ।