ମୁମ୍ବାଇ : ନିମ୍ନମାନର ସାନିଟାଇଜର ବିକ୍ରି କରୁଥିବାରୁ ତିନି ଜଣଙ୍କୁ ଗିରଫ କରାଯାଇଛି । ତିନି ଅଭିଯୁକ୍ତଙ୍କୁ ପୁନେ ପୋଲିସ ଗିରଫ କରଛି । କୋରୋନା ଭାଇରସ ଯୋଗୁ ଲୋକମାନେ ଭୟଭୀତ ହୋଇ ସାନିଟାଇଜର କିଣୁଛନ୍ତି। କିନ୍ତୁ ଏହାର ସୁଯୋଗ ନେଇ କିଛି ଅସାମାଜିକ ବ୍ୟକ୍ତି ନିମ୍ନମାନର ସାନିଟାଇଜର ବଜାରରେ ବିକ୍ରି କରୁଛନ୍ତି ।
ପୋଲିସ ତିନି ଜଣଙ୍କୁ ଗିରଫ କରିଥିବା ବେଳେ, ଏଥିରେ ଆଉ କାହାର ସମ୍ପୃକ୍ତି ଅଛି କି ନାହିଁ ସେ ନେଇ ଅଧିକ ତଦନ୍ତ ଆରମ୍ଭ କରିଛି ।
ସୌଜନ୍ୟ @ ANI