ETV Bharat / bharat

ଶେଷରେ ମାନିଲେ ଇମ୍ରାନ; ପାକିସ୍ତାନୀ ଆତଙ୍କବାଦୀ କରିଛନ୍ତି ପୁଲୱାମା ଆକ୍ରମଣ

author img

By

Published : Jul 24, 2019, 11:51 PM IST

ଆମେରିକାରେ ଇମ୍ରାନ ଦେଇଛନ୍ତି ବିସ୍ଫୋରକ ବୟାନ । ସାରା ବିଶ୍ବକୁ ସ୍ତବ୍ଧ କରି ଦେଇଥିବା ପୁଲୱାମା ଆକ୍ରମଣରେ ପାକିସ୍ତାନ ଆତଙ୍କବାଦୀ ମାସୁଦ ଆଝାରର ହାତ ଥିବା ମାନିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ ।

ଫାଇଲ ଫଟୋ

ନୂଆଦିଲ୍ଲୀ: ପଦାରେ ପଡ଼ିଛି ମିଛୁଆ ପାକିସ୍ତାନର ଆତଙ୍କୀ ନୀତି । ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଛଅ ମାସ ପୁରିଥିବା ବେଳେ ସତ ମାନିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଜୈଶ-ଏ-ମହମ୍ମଦର ମୁଖ୍ୟ ମାସୁଦ ଆଝାର ହିଁ ଭାରତୀୟ ସେନା ଉପରକୁ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ବୋଲି ଆମେରିକାରେ ସତ ମାନିଛନ୍ତି ଇମ୍ରାନ ।

ଆମେରିକାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରରେ କହିଛନ୍ତି, ମାସୁଦ ଆଝାରର ସଙ୍ଗଠନ ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛି । ଆମ ଦେଶରେ 40 ଆତଙ୍କବାଦୀ ସଙ୍ଗଠନ ସକ୍ରିୟ ରହିଥିଲେ।

ଆତଙ୍କବାଦୀଙ୍କ ସୁରକ୍ଷା କବଚ ସାଜିଥିବା ପାକିସ୍ତାନ ବାରମ୍ବାର କହିଆସୁଥିବା ନିଜ ମିଛକୁ ନିଜେ କରିଛି ଉନ୍ମୋଚନ । ନିଜ ମାଟିରେ ମାସୁଦ ଆଝାର ନଥିବା କହୁଥିବା ଇମ୍ରାନ ସରକାର, ଆମେରିକା ଗସ୍ତର ଏକ ସପ୍ତାହ ପୂର୍ବରୁ କରାଚୀରୁ ନାଟକୀୟ ମୋଡ଼ରେ କରିଥିଲେ ଗିରଫ । ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘଟଣାରେ ପାକିସ୍ତାନକୁ ଦାୟୀ କରିଥିଲେ । ଏହି ଘଟଣାରେ ଇମ୍ରାନ୍ ଖାନ୍ କହିଥିଲେ ପୁଲୱାମା ଆକ୍ରମଣ ସମ୍ପୂର୍ଣ୍ଣ ରୂପେ ଭାରତର ପ୍ରାୟୋଜିତ ଥିଲା । କିନ୍ତୁ ବୁଧବାର ଆମେରିକାରେ ଦେଇଥିବା ମନ୍ତବ୍ୟ ପରେ ପଦାରେ ପଡ଼ିଛି ପାକିସ୍ତାନର ମିଛ ।

Intro:Body:

testing 456

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.