ETV Bharat / bharat

ଆରସିଇପି ଚୁକ୍ତି: ଭାରତ ପାଇଁ ଯେତିକି ଭଲ, ସେତିକି ଖରାପ - ଆରସିଇପି ଚୁକ୍ତିର ସକାରାତ୍ମକ ପରିଣାମ

ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରଶିପ୍‌ (ଆରସିଇପି) ଚୁକ୍ତିକୁ ନେଇ ଏବେ ସାରା ଦେଶରେ ଚାଲିଛି ଚର୍ଚ୍ଚା। ଭାରତ ପାଇଁ ଏହି ଚୁକ୍ତିର ପରିଣାମ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ରହିଛି।

ଫାଇଲ ଫଟୋ
author img

By

Published : Nov 6, 2019, 7:34 PM IST

ହାଇଦ୍ରାବାଦ: ରିଜିଅନାଲ କମ୍ପ୍ରେହେନ୍‌ସିଭ୍‌ ଇକୋନୋମିକ୍‌ ପାର୍ଟନରସିପ୍‌ (ଆରସିଇପି) ଚୁକ୍ତିକୁ ନେଇ ଏବେ ସାରା ଦେଶରେ ଚାଲିଛି ଚର୍ଚ୍ଚା । ଭାରତ ପାଇଁ ଏହି ଚୁକ୍ତିର ପରିଣାମ ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ରହିଛି । ଯାହାକୁ ନେଇ ଇଟିଭି ଭାରତର ଜଣେ ବରିଷ୍ଠ ସାମ୍ବାଦିକା ସ୍ମିତା ଶର୍ମା, ବରିଷ୍ଠ ଅର୍ଥନୈତିକ ସାମ୍ବାଦିକା ପୂଜା ମେହେରାଙ୍କ ସହ ବିଶେଷ ସାକ୍ଷାତକାର କରିଛନ୍ତି । ଆରସିଇପି ଶିଖର ସମ୍ମିଳନୀ ସମ୍ବନ୍ଧରେ ଏସିଆନ ଦେଶ ସହ ଚର୍ଚ୍ଚା ଉପରେ ଗୁରୁତ୍ବ ଦେଇଛନ୍ତି ସେ । ଏହା ସହିତ ଭାରତ ପାଇଁ ଆରସିଇପିର ସମ୍ଭାବିତ ପରିଣାମ ଉପରେ ଆଲୋଚନା କରିଛନ୍ତି ।

ପ୍ରଥମେ ଜାଣିବା ନକାରାତ୍ମକ ପରିଣାମ ସମ୍ପର୍କରେ...

ଫ୍ରି ଟ୍ରେଡ ଏଗ୍ରିମେଣ୍ଟ (ଏଫଟିଏ) ଲାଗୁ ହେବା ପରେ ସାଧାରଣତଃ ଟ୍ରେଡିଂ ପାର୍ଟନର ସହ ଭାରତର ବାଣିଜ୍ୟ ସନ୍ତୁଳନ ବିଗିଡି ଯିବାର ସମ୍ଭାବନା ରହିଛି । ଆର୍ଥିକ ଗବେଷଣା 2017-18ରେ ଭାରତ ଦ୍ବାରା ସ୍ବାକ୍ଷରିତ ହୋଇଥିବା ଏଫଟିଏ ଚୁକ୍ତିର ପ୍ରଭାବର ଅଧ୍ୟୟନ କରାଯାଇଥିଲା । ନୀତି ଆୟୋଗ ଦ୍ବାରା ଭାରତର ବର୍ତ୍ତମାନ ଏଫଟିଏର ମୂଲ୍ୟାଙ୍କନ ଶିକ୍ଷାପ୍ରଦ ଥିଲା । ଏହି ଗବେଷଣା ଅନୁସାରେ, ଗୋଟିଏ ଏଫଟିଏ ଦ୍ବାରା ସମ୍ପୂର୍ଣ୍ଣ ବ୍ୟାପାରରେ 4 ବର୍ଷରେ ପ୍ରାୟ 50 ପ୍ରତିଶତ ବୃଦ୍ଧି କରାଯାଇପାରିବ । ହେଲେ ବ୍ୟାପାର ସନ୍ତୁଳନର ଗୁଣବତ୍ତା ଭାରତ ପାଇଁ ଖରାପ ସାବ୍ୟସ୍ତ ହୋଇଥିଲା । ଏହା ଦ୍ବାରା ଭାରତରେ ବାଣିଜ୍ୟକ କ୍ଷତି ହୋଇଥିଲା ।

ଏସିଆନ ଭାରତର ସବୁଠୁ ବଡ ବାଣିଜ୍ୟିକ ଚୁକ୍ତି ମଧ୍ୟରୁ ଗୋଟିଏ । ଭାରତ 2010 ଜାନୁଆରୀରୁ ଏସିଆନ ଦେଶ ସହ ବ୍ୟାପକ ଆର୍ଥିକ ସହଭାଗୀତା ଆରମ୍ଭ କରିଥିଲା । ଯାହାପରେ 2009-10 ଦ୍ବିପାକ୍ଷିକ ବ୍ୟାପାର 43 ବିଲିୟନ ଡଲାରରୁ ବୃଦ୍ଧି ଘଟି 2018-19ରେ 97 ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ଏସିଆନ ସହ ଭାରତର ବାଣିଜ୍ୟକ କ୍ଷତି ଦୁଇଗୁଣରୁ ଅଧିକ ହୋଇଥିଲା । ସେତେବେଳେ 8 ବିଲିୟନ ଡଲାର କ୍ଷତି ହୋଇଥିବା ବେଳେ 2018-19ରେ ଏହା 22 ବିଲିୟନ ଡଲାରକୁ ପହଞ୍ଚିଛି । ରପ୍ତାନୀ ତୁଳନାରେ ଏସିଆନ ଦେଶରୁ ଆମଦାନୀ ଦ୍ରୁତ ଗତିରେ ବଢିବା ଏହାର କାରଣ ବୋଲି ଜଣାପଡିଥିଲା ।

ଭାରତର ବ୍ୟାପାର ସନ୍ତୁଳନ ଉପରେ ଅନ୍ୟ ବାଣିଜ୍ୟକ ଚୁକ୍ତିର ପ୍ରଭାବ ମଧ୍ୟ ପଡିଛି । ଭାରତ-କୋରିଆ ମଧ୍ୟରେ ଥିବା ସିଇପିଏ ମଧ୍ୟ ଜାନୁଆରୀ 2010ରୁ ପ୍ରଭାବଶାଳୀ ହୋଇଥିଲା । ସେବେଠାରୁ ଉଭୟ ଦେଶର ବ୍ୟାପାର 12 ବିଲିୟନ ଡଲାରରୁ ବୃଦ୍ଧିପାଇ 21.5 ବିଲିୟନ ଡଲାରକୁ ବୃଦ୍ଧି ପାଇଥିଲା । ପୁଣିଥରେ ରପ୍ତାନୀ ତୂଳନାରେ ଆମଦାନୀ ବୃଦ୍ଧି ହୋଇଥିଲା । ପରିଣାମ ସ୍ବରୂପ କୋରିଆ ସହ ଭାରତର ବାଣିଜ୍ୟକ କ୍ଷତି ପ୍ରାୟ 3 ଗୁଣ ହୋଇ 5 ବିଲିୟନ ଡଲାରରୁ 12 ବିଲିୟନ ଡଲାର ହୋଇଥିଲା । ସହିପରି ଭାରତ-ଜାପାନ ସିଇପିଏ 2011 ଅଗଷ୍ଟ 1ରୁ ଲାଗୁ ହୋଇଥିଲା। ଏହାପରେ ଭାରତର ବାଣିଜ୍ୟିକ କ୍ଷତି ବୈଶ୍ବିକ ବାଣିଜ୍ୟିକ କ୍ଷତି ତୁଳନାରେ ଢେର ଗୁଣରେ ବୃଦ୍ଧି ପାଇଥିଲା । ଏକମାତ୍ର ଏଭଳି ବାଣିଜ୍ୟିକ ଚୁକ୍ତି ଥିଲା ଯାହା ଭାରତର ବାଣିଜ୍ୟିକ ଗୁଣବତ୍ତାରେ ସୁଧାର ଆଣିଥିଲା । ତାହା ହେଉଛି ଦକ୍ଷିଣ ଏସିଆ ମୁକ୍ତ ବାଣିଜ୍ୟ କ୍ଷେତ୍ର । ଏହା 2006 ଜାନୁଆରୀ 1ରୁ ଲାଗୁ ହୋଇଥିଲା । ଏହି ଚୁକ୍ତି ସହ ଭାରତର ଅର୍ଥବ୍ୟବସ୍ଥା 2005-06କୁ, 2018-19 ସୁଦ୍ଧା 4 ବିଲିୟନ ଡଲାରରୁ ବଢି 21 ବିଲିୟନ ଡଲାରରେ ପହଞ୍ଚିଥିଲା ।

ଭାରତର ବାଣିଜ୍ୟିକ ସନ୍ତୁଳନ ଏଫଟିଏ ଚୁକ୍ତି ସହ ଲଗାତାର ଖରାପ ହୋଇଥିଲା । ଭାରତୀୟ ଦ୍ରବ୍ୟ ରପ୍ତାନୀ ଦିଗରେ ଲାଭ ଉଠାଇବାରେ ବିଫଳ ହୋଇଥିଲା । ବାସ୍ତବରେ ଏଫଟିଏ ମାଧ୍ୟମରେ ଭାରତର ଅନ୍ତରାଷ୍ଟ୍ରୀୟ ବ୍ୟାପାରର ପ୍ରତିଶତ ଖୁବ କମ ରହିଛି । ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ ଅନୁଯାୟୀ, ଏଫଟିଏର ଉପଯୋଗ ଦର 25 ପ୍ରତିଶତରୁ କମ ରହିଛି, ଯାହା ଏସିଆରେ ସବୁଠୁ କମ । ବର୍ତ୍ତମାନ ଏଫଟିଏର ବ୍ୟବହାରର ମୁଖ୍ୟ କାରଣ ହେଉଛି ଭାରତ ରପ୍ତାନୀ କ୍ଷମତା ଖୁବ କମ । ମୂଳ ଦେଶର ମାନଦଣ୍ଡର ଜଟିଳ ନିୟମକୁ ଚିହ୍ନିବାରେ ଅକ୍ଷମ ସାବ୍ୟସ୍ତ ହେଉଛି । ଫଳରେ ରପ୍ତାନୀକାରୀ ସହଜ ମାର୍ଗର ଉପଯୋଗ କରିବାକୁ ଅଧିକ ପସନ୍ଦ କରୁଛନ୍ତି । ମୂଳ ଦେଶର କଠିନ ନିୟମ ବ୍ୟତୀତ, ତ୍ରୁଟିପୂର୍ଣ୍ଣ ପ୍ରତିବଦ୍ଧତା ଏବଂ ଜଗତୀକରଣ ମଧ୍ୟ ଏଫଟିଏ ଚୁକ୍ତି ସହ ଭାରତର ବାଣିଜ୍ୟକ ସନ୍ତୁଳନ ଖରାପ ହେବାର ମୁଖ୍ୟ କାରକ।

ଭାରତୀୟ ରପ୍ତାନୀକାରୀ ଶୂନ ଶୁଳ୍କ ହେବା ସତ୍ବେ ବଡ ବଜାରର ଅଂଶ ହୋଇପାରନ୍ତି ନାହିଁ । ଭାରତ-ଜାପାନ ମଧ୍ୟରେ ହୋଇଥିବା ଆର୍ଥିକ ସହଭାଗିତା ଅଧିନରେ, ଉଭୟ ଦେଶ ବସ୍ତୁ ଆମଦାନୀ ରପ୍ତାନୀ ଉପରେ ଶୁଳ୍କ ଶୂନ କରିଥିଲେ । ତଥାପି ଜାପାନ ଏବେ ସୁଦ୍ଧା ଭାରତର ଶୀର୍ଷ ରପ୍ତାନୀ ବଜାର ମଧ୍ୟରୁ ଗୋଟିଏ ହୋଇପାରିନାହିଁ।

ଭାରତର ପ୍ରତିଦ୍ବନ୍ଦୀ ମଧ୍ୟରୁ ଚୀନ 6.46 ପ୍ରତିଶତ ସହ ସବୁଠୁ ବଡ ସହଭାଗୀ ରହିଛି। ଏହାପରେ ଭିଏତନାମ 1.17 ପ୍ରତିଶତ ଏବଂ ବାଂଲାଦେଶ 0.34 ପ୍ରତିଶତ ରହିଛି।

ସକାରାତ୍ମକ ପରିଣାମ

ଉପରୋକ୍ତ ସମସ୍ତ କାରଣକୁ ନେଇ ନୀତି ଆୟୋଗ ପକ୍ଷରୁ ପ୍ରତିକ୍ରିୟା ଦିଆଯାଇଥିଲା । ନୀତି ଆୟୋଗ ଅନୁଯାୟୀ, ଆରସିଇପି ଉପରେ ଅନ୍ତିମ ବିଚାର କରିବା ସମୟରେ ଭାରତକୁ ନା କେବଳ ସାବଧାନତାର ସହ ନିଜ ହିତ ଏବଂ ତୁଳନାତ୍ମକ ଲାଭର ରକ୍ଷା କରିବା ଉଚିତ, ବରଂ ଭାରତ-ଏସିଆନ ମଧ୍ୟରେ ଏଫଟିଏ ଏବଂ କୋରିଆ ଓ ଜାପାନ ସହ ସିଇପିଏର ପ୍ରତିକୂଳ ପ୍ରାବଧାନ ଉପରେ ମଧ୍ୟ ସମୀକ୍ଷା କରିବା ଉଚିତ । ହେଲେ କିଛି ଏଭଳି କାରଣ ମଧ୍ୟ ରହିଛି ଯାହା ଭାରତକୁ ଏଫଟିଏ ସ୍ବାକ୍ଷର ପାଇଁ ବାଧ୍ୟ କରିଥାଏ ।

ଶୂନ ଶୁଳ୍କ ବନାମ ଉଚ୍ଚ ଶୁଳ୍କ

ୟୁରୋପିଅ ସଂଘ, ଆମେରିକା ଏବଂ ୟୁଏଇ ଭଳି ଭାରତ ନିଜ ଉତ୍ପାଦର ରପ୍ତାନୀ ପାଇଁ ପ୍ରମୁଖ ବଜାରର ସହ ଏଫଟିଏରେ ପ୍ରବେଶ କରିନାହିଁ । ଯାହା ଦ୍ବାରା ନିଜର ପ୍ରତିଦ୍ବନ୍ଦୀ ତୁଳନାରେ ଭାରତକୁ କ୍ଷତି ସହିବାକୁ ପଡିଥାଏ । ପରିଣାମ ସ୍ବରୂପ ଭାରତର ବସ୍ତୁ ରପ୍ତାନୀରେ ହ୍ରାସ ପାଇଛି । ଆର୍ଥିକ ବର୍ଷ 2017-18 ରେ ଭାରତରୁ 3.8 ପ୍ରତିଶତ ରପ୍ତାନୀ କମିଛି ।

ଭାରତରୁ ସବୁଠୁ ଅଧିକ ରପ୍ତାନୀ ହେଉଥିବା ଟି-ସାର୍ଟ ଉପରେ ଆମେରିକା 32 ପ୍ରତିଶତ ଶୁଳ୍କ ଦର ଲଗାଏ । ଏପଟେ ଭାରତର ଅନ୍ୟ ପ୍ରତିଦ୍ବନ୍ଦୀ ଆମେରିକାରେ କପଡା ବ୍ୟାପାରର ଲାଭ ଉଠାନ୍ତି । ସେମାନେ ବିନା ଶୁଳ୍କରେ ଟି-ସାର୍ଟ ରପ୍ତାନୀ କରନ୍ତି ।

ଭାରତର ତୁଳନାତ୍ମକ ଲାଭ ଏହାର କୁଶଳ ଶ୍ରମ ଏବଂ ପ୍ରବାସୀ ଭାରତୀୟ ଦ୍ବାରା ବିଦେଶରୁ ପଠାଯାଉଥିବା ପୁଞ୍ଜି । ଆରସିଇପି ଚୁକ୍ତି ଦ୍ବାରା ଭାରତୀୟ ଦୃଷ୍ଟିକୋଣରୁ ଗୋଟିଏ ଲାଭ ହେବ, ଯଦି ଅନ୍ୟ ଅର୍ଥ ବ୍ୟବସ୍ଥାରେ ଆମର ଶ୍ରମିକଙ୍କୁ ନିୟୋଜିତ ହୋଇ ରୋଜଗାରକ୍ଷମ ହୋଇପାରିବେ । ଏହା ସହ ବିଦେଶରେ କାମ ପାଇଁ ଅଧିକ ସଂଖ୍ୟାରେ ଭିସା ମିଳିବା ସହଜ ହୋଇପାରିବ । କାରଣ ଭାରତ ଭଳି ଏକ ଜନବହୁଳ ରାଷ୍ଟ୍ର ପାଇଁ ଶ୍ରମର ଗତିଶୀଳ ଅର୍ଥବ୍ୟବସ୍ଥାକୁ ସୃଦୃଢ କରିବ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.