ପୁଡୁଚେରୀ: କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀରେ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପୋଲିଓ ଦିବସ ଅବସରରେ ଶିଶୁକୁ ପୋଲିଓ ବୁନ୍ଦା ପିଆଇ ପୋଲିଓ ରୋଗ ନିରାକରଣ ପାଇଁ ଅଭିଯାନ ଆରମ୍ଭ କରିଛନ୍ତି ।
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କର୍ଣ୍ଣାଟକର ହୁବଳିରେ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରିଛନ୍ତି । ବର୍ତମାନ ଭାରତ ଏକ ପୋଲିଓ ମୁକ୍ତ ଦେଶ ହୋଇସାରିଛି । ପାଞ୍ଚ ବର୍ଷରୁ କମ ବୟସ୍କ ଶିଶୁଙ୍କୁ ପୋଲିଓ ବୁନ୍ଦା ପ୍ରଦାନ କରାଯାଏ । କିନ୍ତୁ ଭାରତର ପଡୋଶୀ ଦେଶ ଗୁଡିକରେ ପୋଲିଓ ସମ୍ଫୂର୍ଣ୍ଣ ଭାବରେ ନିରାକରଣ ହୋଇପାରିନାହିଁ ।