ETV Bharat / bharat

ମନୋଜ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ - Puducherry CM felicitates Manoj Das

ପଦ୍ମଭୂଷଣ ପାଇଁ ମନୋନୀତ ବିଶିଷ୍ଟ ଲେଖକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ସମ୍ବର୍ଦ୍ଧିତ କରିଛନ୍ତି ।

Puducherry CM  felicitates Manoj Das
ମନୋଜ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ପଣ୍ଡିଚେରୀ ମୁଖ୍ୟମନ୍ତ୍ରୀ
author img

By

Published : Jan 29, 2020, 1:00 PM IST

ପୁଡୁଚେରୀ: ପଦ୍ମଭୂଷଣ ପାଇଁ ମନୋନୀତ ବିଶିଷ୍ଟ ଲେଖକ ମନୋଜ ଦାସଙ୍କୁ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ସମ୍ବର୍ଦ୍ଧିତ କରିଛନ୍ତି । ମୁଖ୍ୟମନ୍ତ୍ରୀ ମନୋଜଙ୍କ ବାସଭବନ ଯାଇ ପୁଷ୍ପଗୁଚ୍ଛ ଓ ଉପଢୌକନ ସହ ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିକ୍ଷାମନ୍ତ୍ରୀ ଆର କମଲ କନ୍ନନ ଓ ସଂସଦୀୟ ବ୍ୟାପାର ସଚିବ ଲକ୍ଷ୍ମୀ ନାରାୟଣନ ଉପସ୍ଥିତ ଥିଲେ ।

Puducherry CM  felicitates Manoj Das
ମନୋଜ ଦାସଙ୍କୁ ସମ୍ବର୍ଦ୍ଧିତ କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ମନୋଜ ଦାସ ଉଭୟ ଇଂରାଜୀ ଓ ଓଡିଆରେ ଲେଖନୀ ଚାଳନା କରି ବେଶ ସଫଳ ହୋଇଛନ୍ତି । ସେ ଦୁଇଥର(1962 ଓ 1987 ମସିହା) ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ବେଳେ ‘ମନୋଜ ଦାସଙ୍କ କଥା ଓ କାହାଣୀ’ ପାଇଁ ତାଙ୍କୁ 1972ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହିପରି 2000 ମସିହାରେ ଉପନ୍ୟାସ ଅମୃତ ଫଳ ପାଇଁ ତାଙ୍କୁ ସରସ୍ବତୀ ସମ୍ମାନ ପ୍ରଦାନ କରାଯାଇଥିଲା । ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ 2001 ମସିହାରେ ତାଙ୍କୁ ଚତୁର୍ଥ ବେସାମରିକ ଉପାଧି ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା । ଚଳିତ ବର୍ଷ ତାଙ୍କୁ ପଦ୍ମଭୂଷଣରେ ସମ୍ମାନିତ କରାଯିବ ।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.