ETV Bharat / bharat

ବିଧାୟକ କୋରୋନା ପଜିଟିଭ, ଆଇସୋଲେସନ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ - ବିଧାୟକ ଜୟବାଲ ଶନିବାର କୋରୋନା ପଜିଟିଭ

ବିଧାୟକ ଜୟବାଲ ଶନିବାର କୋରୋନା ପଜିଟିଭ ଥିବା ଜଣାପଡିଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅଧିକ ପଢନ୍ତୁ..

ବିଧାୟକ କୋରୋନା ପଜିଟିଭ, ଆଇସୋଲେସନ ପାଇଁ ସମସ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

author img

By

Published : Jul 26, 2020, 6:52 AM IST

ପୁଡୁଚେରୀ: ଜଣେ ବିଧାୟକଙ୍କୁ କୋରୋନା ପଜିଟିଭ ହେବା ପରେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଆଇସୋଲେସନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଶନିବାର ବିଧାନସଭାର ସମସ୍ତ ସଦସ୍ୟଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ମୁଖ୍ୟମନ୍ତ୍ରୀ ଭି ନାରାୟଣସ୍ବାମୀ କହିଛନ୍ତି । କେନ୍ଦ୍ରଶାସିତ ଅଞ୍ଚଳରେ ଏବେ ସୁଦ୍ଧା 2515 ଆକ୍ରାନ୍ତ ବାହାରିଛନ୍ତି ।

ସୂଚନାଯୋଗ୍ୟ ଯେ ବିଧାୟକ ଜୟବାଲ ଶନିବାର କୋରୋନା ପଜିଟିଭ ଥିବା ଜଣାପଡିଛି । ଏହାପରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ସେ ଜୁଲାଇ 20ରେ ଆୟୋଜିତ ବଜେଟ୍ ସେସନରେ ଉପସ୍ଥିତ ଥିଲେ । ଏଥିପାଇଁ ତାଙ୍କ ସଂସ୍ପର୍ଶରେ ଅନ୍ୟ ବିଧାୟକମାନେ ଆସିଥିବା ଆଶଙ୍କା କରାଯାଉଛି ।

ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନାରାୟଣସ୍ବାମୀ କହିଛନ୍ତି ଯେ ସମସ୍ତ ବିଧାନସଭା ସଦସ୍ୟ ନିଜକୁ 7 ଦିନ ପାଇଁ କ୍ବାରେଣ୍ଟାଇନରେ ରଖନ୍ତୁ । ଏହି ସମୟରେ ସେମାନେ କାହା ସହ ମିଳାମିଶା ନକରିବାକୁ କଡା ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଆଗାମୀ ସୋମବାର ସମସ୍ତଙ୍କର କୋଭିଡ ଟେଷ୍ଟ ହେବ ବୋଲି ସେ କହିଛନ୍ତି । ଶନିବାର ବିଧାନସଭା ବାହାରେ ସୁରକ୍ଷା ଦୃଷ୍ଟିରୁ ଏକ ଅଧିବେଶନ ଆୟୋଜିତ ହୋଇଥିବାବେଳେ ସେଠାରେ ଏପରି ନିର୍ଦ୍ଦେଶ ଦେଇଥିଲେ ନାରାୟଣସ୍ବାମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.