ETV Bharat / bharat

ଖୁବଶୀଘ୍ର ଫେରିପାରେ ପବ୍‌ଜି !

ଭାରତ ସରକାର ଗତ ସପ୍ତାହରେ ପବ୍‌ଜି ମୋବାଇଲ ଗେମ ଆପ୍ ସହିତ ୧୧୮ ଚାଇନିଜ ଆପ୍ ବ୍ୟାନ୍ କରିବାକୁ ଆଦେଶ ଦେଇଥିଲେ । କିନ୍ତୁ ଏବେ ପୁଣିଥରେ ଫେରିପାରେ ପବ୍‌ଜି । କାରଣ ଭାରତରେ ପବ୍‌ଜି ମୋବାଇଲରେ ଚୀନର ଟେନ୍‌ସେଣ୍ଟ୍ ଗେମ୍ (Tencent Games) ନିୟନ୍ତ୍ରଣକୁ ସମାପ୍ତ କରିଦିଆଯିବ ସହ ଦକ୍ଷିଣ କୋରିଆ ବେସ୍ଡ ଗେମିଙ୍ଗ କମ୍ପାନୀ ଏହାର ଦାୟିତ୍ୱ ନେବାକୁ ଯାଉଛି । ଅଧିକ ପଢନ୍ତୁ...

ଖୁବ୍ ଶାଘ୍ର ଫେରିପାରେ ପବ୍‌ଜି !
ଖୁବ୍ ଶାଘ୍ର ଫେରିପାରେ ପବ୍‌ଜି !
author img

By

Published : Sep 8, 2020, 5:54 PM IST

ନୂଆଦିଲ୍ଲୀ: ଖୁବ୍ ଶାଘ୍ର ଫେରିପାରେ ପବ୍‌ଜି । ଭାରତ ସରକାର ଗତ ସପ୍ତାହରେ ୧୧୮ ଚାଇନିଜ ଆପ୍ ବ୍ୟାନ୍ କରିବାକୁ ଆଦେଶ ଦେଇଥିଲେ । ସରକାର ଅଭିଯୋଗ କରିଥିଲେ ଯେ ଏହି ଆପଗୁଡ଼ିକ “ସାର୍ବଭୌମତ୍ୱ, ଅଖଣ୍ଡତା, ଭାରତର ପ୍ରତିରକ୍ଷା ଏବଂ ଜନସାଧାରଣଙ୍କ ପ୍ରତି କ୍ଷତିକାରକ ଅଟେ”। ହେଲେ ଏହି ୧୧୮ ଆପ ମଧ୍ୟରେ ସବୁଠାରୁ ଲୋକପ୍ରିୟ ମୋବାଇଲ ଗେମ ଆପ୍ ଥିଲା ପବ୍‌ଜି (PUBG)। ପବ୍‌ଜି ବ୍ୟାନ୍ ପରେ ଗେମିଙ୍ଗ୍ କମ୍ୟୁନିଟି ଚିନ୍ତାରେ ପଡିଯାଇଥିଲା । କିନ୍ତୁ ବ୍ଲୁହୋଲ୍ ଅନୁସାରେ ଅରିଜିନାଲ୍ ଇଣ୍ଟରନାଲ୍ ଗେମିଙ୍ଗ୍ ପବ୍‌ଜି କର୍ପୋରେସନ୍ ଏକ ଅଫିସିଆଲ୍ ଷ୍ଟେଟମେଣ୍ଟ୍ ଜାରି କରିଛି ।

ପବ୍‌ଜି କର୍ପୋରେସନ୍ ଅନୁସାରେ ସେ ପୁରା ସ୍ଥିତି ସହ ଅବଗତ ଏବଂ ପ୍ରତିବନ୍ଧ ପ୍ରସଙ୍ଗ ଉପରେ ବିଚାର କରୁଛି । ଭାରତରେ ପବ୍‌ଜି ମୋବାଇଲରେ ଟେନ୍‌ସେଣ୍ଟ୍ ଗେମ୍ (Tencent Games) ନିୟନ୍ତ୍ରଣକୁ ସମାପ୍ତ କରିଦିଆଯିବ । ଏହାର ସମସ୍ତ ପବ୍ଲିସିଙ୍ଗ ଦାୟିତ୍ୱ ପବ୍‌ଜି କର୍ପୋରେସନକୁ ମିଳିବ । ଏହାର ଅର୍ଥ ଅରିଜିନାଲ ଦକ୍ଷିଣ କୋରିଆ ବେସ୍ଡ ଗେମିଙ୍ଗ କମ୍ପାନୀ ଏହାର ଦାୟିତ୍ୱ ନେବାକୁ ଯାଉଛି । ଯଦି ଏହା ହୁଏ ତାହେଲେ ଦେଶରେ ପବ୍‌ଜି ଉପରୁ ବ୍ୟାନ ହଟାଇ ଦିଆଯାଇପାରେ ।

ରିପୋର୍ଟ ଅନୁଯାୟୀ, ଭାରତରେ ୧୧୮ ଚାଇନା ଆପ ବ୍ୟାନ ହେବାର ଦିନେ ପରେ ଟେନ୍‌ସେଣ୍ଟ୍ ବଜାର ମୂଲ୍ୟ ମାମଲାରେ $34 ବିଲିୟନ କ୍ଷତି ହୋଇଥିଲା । ପବ୍‌ଜି କର୍ପୋରେସନ ନିଜ ଷ୍ଟେଟମେଣ୍ଟରେ କହିଛି, ସେ ଭାରତ ସରକାରଙ୍କ ସହ ଏହିଭଳି କାମ କରିବାକୁ ଆଶା କରୁଛନ୍ତି ଯେପରିକି କୌଣସି ସମାଧାନର ବାଟ ବାହାର କରାଯାଇପାରିବ । ବର୍ତ୍ତମାନର ଘଟଣାକ୍ରମକୁ ଦୃଷ୍ଟିରେ ରଖି ପବ୍‌ଜି କର୍ପୋରେସନ ଭାରତରେ ଟେନ୍‌ସେଣ୍ଟ୍ ଗେମ୍ ପାଇଁ PUBG ମୋବାଇଲ ଫ୍ରାଞ୍ଚାଇଜିକୁ ଅଥରାଇଜ ନ କରିବାକୁ ନିଷ୍ପତ୍ତି ନେଇଛି । ପବ୍‌ଜି କର୍ପୋରେସନ ଦେଶର ସମସ୍ତ ପବ୍ଲିସିଙ୍ଗ ଦାୟିତ୍ୱ ନେବ । ତେବେ ଏହି ପବଜିକୁ ଦକ୍ଷିଣ କୋରିଆ ଗେମିଙ୍ଗ କମ୍ପାନୀ ଦ୍ୱାରା ଡେଭେଲପ କରାଯାଇଛି । ସରକାର ପୂର୍ବରୁ ଭାରତରେ ଟିକଟକ୍ ସମେତ 58 ଟି ଆପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.