ETV Bharat / bharat

ଦୁର୍ଗାପୂଜା ନେଇ ଗୁଜବ, ପ୍ରମାଣ କଲେ 100 ଥର ଉଠବସ୍ ହେବି: ମମତା ବାନାର୍ଜୀ - ମମତା ବାନାର୍ଜୀ

ଏ ବର୍ଷ ଦୁର୍ଗା ପୂଜାକୁ ଅନୁମତି ଦିଆଯାଇ ନାହିଁ ବୋଲି ରାଜ୍ୟରେ ଗୁଜବ ପ୍ରଚାର ହେବା ପରେ ମମତା ରାଗି ଯାଇ କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ସରକାର କହିଥିବା କଥା କେହି ଯଦି ପ୍ରମାଣ କରିଦେଲେ ମୁଁ ଲୋକଙ୍କ ସାମ୍ନାରେ ୧୦୦ ଥର ଉଠ୍‌ବସ୍‌ ହେବି। ଅଧିକ ପଢନ୍ତୁ...

ଦୁର୍ଗା ପୂଜା ବିଷୟରେ ଗୁଜବ, ପ୍ରମାଣ କଲେ 100 ଥର ଉଠବସ୍ ହେବି: ମମତା ବାନାର୍ଜୀ

author img

By

Published : Sep 9, 2020, 4:21 PM IST

କୋଲକାତା: ଏବର୍ଷ ଦୁର୍ଗା ପୂଜାକୁ ଅନୁମତି ଦିଆଯାଇ ନାହିଁ ବୋଲି ଏକ ରାଜନୈତିକ ଦଳ ରାଜ୍ୟରେ ଗୁଜବ ପ୍ରଚାର କରୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି । ଏହି ଗୁଜବରେ ମମତା ରାଗି ଯାଇ କହିଛନ୍ତି ଯେ, ‘ପଶ୍ଚିମବଙ୍ଗ ସରକାର କହିଥିବା କଥା କେହି ଯଦି ପ୍ରମାଣ କରିଦେଲେ ମୁଁ ଲୋକଙ୍କ ସାମ୍ନାରେ ୧୦୦ ଥର ଉଠ୍‌ବସ୍‌ ହେବି। ଯଦି ସେମାନେ ପ୍ରମାଣ କରିବାରେ ବିଫଳ ହୁଅନ୍ତି, ତେବେ ସେମାନେ କାନ ଧରି ଉଠ୍‌ବସ୍‌ ହେବେ’। ମଙ୍ଗଳବାର ଦିନ ପୋଲିସ ଦିବସ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମମତା ବାନାର୍ଜୀ ଏପରି ବୟାନ ଦେଇଛନ୍ତି ।

ସିଏମ ମମତା ବାନାର୍ଜୀ କହିଛନ୍ତି ଯେ, ଆମେ ମହାମାରୀ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ଦୁର୍ଗା ପୂଜା ବିଷୟରେ କୌଣସି ସଭା କରିନାହୁଁ । ଦୁର୍ଗା ପୂଜାର ଆୟୋଜକଙ୍କ ସହ ସରକାର ଏକ ବୈଠକ କରିବାକୁ ଯାଉଛନ୍ତି। ତା’ପରେ ଯାଇ ନିଷ୍ପତ୍ତି ନିଆଯିବ ।

ସେ ଆହୁରି ମଧ୍ୟ କହିଛନ୍ତି, କେତେକ ଜାଲ୍‌ ‘ଆଇଟି ପେଜ୍’ ଦୁର୍ଗାପୂଜା ସମ୍ବନ୍ଧରେ ବିଭ୍ରାନ୍ତିକର ସୂଚନା ପ୍ରସାର କରୁଛନ୍ତି। ଏଭଳି ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ପଶ୍ଚିମବଙ୍ଗ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ପଶ୍ଚିମବଙ୍ଗରେ କୋଭିଡ୍-୧୯ ଲକ୍‌ଡାଉନ୍ କଟକଣା ବୃଦ୍ଧି କରାଯାଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.