ETV Bharat / bharat

80 ଦିନରେ ଶାହିନବାଗ ଆନ୍ଦୋଳନ: CAA, NRC ବିରୋଧରେ ବିରୋଧ ପ୍ରଦର୍ଶନ

ମଙ୍ଗଳବାର ଏହି ବିକ୍ଷୋଭ ପ୍ରଦର୍ଶନ 80 ଦିନରେ ପହଞ୍ଚିଥିବାବେଳେ ଏବେ ବି ଜାରି ରହିଛି ବିରୋଧ ପ୍ରଦର୍ଶନ । ଅଧିକ ପଢନ୍ତୁ...

author img

By

Published : Mar 3, 2020, 12:35 PM IST

Shaheen Bagh Protests
80 ଦିନରେ ଶାହିନବାଗ ଆନ୍ଦୋଳନ

ନୂଆଦିଲ୍ଲୀ: ଜାରି ରହିଛି ଶାହିନବାଗ ଆନ୍ଦୋଳନ । ଗତ 78ଦିନ ଧରି ଦେଶରେ CAA, NRC ଓ NPRକୁ ବିରୋଧ ପ୍ରଦର୍ଶନ କରି ଜୋର ହେବାରେ ଲାଗିଛି ଜନ ଆନ୍ଦୋଳନ । ମଙ୍ଗଳବାର ଏହି ବିକ୍ଷୋଭ ପ୍ରଦର୍ଶନ 80 ଦିନରେ ପହଞ୍ଚିଥିବାବେଳେ ଏବେ ବି ଜାରି ରହିଛି ବିରୋଧ ପ୍ରଦର୍ଶନ । ​ଶାହିନବାଗ ପ୍ରଦର୍ଶନ ଯୋଗୁଁ ଦିଲ୍ଲୀକୁ ନୋଏଡା ସହିତ ସଂଯୋଗ କରୁଥିବା ଏକ ମୁଖ୍ୟ ରାସ୍ତା ଅବରୋଧ ହୋଇ ରହିଛି । ଯାହାଦ୍ବାରା ଲକ୍ଷ ଲକ୍ଷ ଲୋକ ଏଥିରୁ ପ୍ରଭାବିତ ହେଉଛନ୍ତି ।

80 ଦିନରେ ଶାହିନବାଗ ଆନ୍ଦୋଳନ

ରାସ୍ତା ଜାମ ରହିବା ହେତୁ ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଜାମରେ ଅଟକି ରହିବାକୁ ପଡୁଛି । ଏଥିସହିତ, ଯେତେପର୍ଯ୍ୟନ୍ତ ନାଗରିକ ସଂଶୋଧନ ଅଧିନିୟମ(CAA)କୁ ସରକାର ଫେରାଇ ନେଇ ନାହାଁନ୍ତି, ସେତେ ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଚାଲୁ ରହିବ ବୋଲି କହିଛନ୍ତି ଆନ୍ଦୋଳନକାରୀ ।

ମିଳିଥିବା ସୂଚନା ଅନୁସାରେ, ଶାହିନବାଗରେ ବହୁ ସଂଖ୍ୟକ ମହିଳା ଏକତ୍ରିତ ହୋଇ ବିକ୍ଷୋଭ କରୁଛନ୍ତି । ତେବେ ପୁରୁଷମାନେ ମଧ୍ୟ ଏହି ପ୍ରଦର୍ଶନରେ ଅଂଶଗ୍ରହଣ କରୁ ନ ଥିବା ଦେଖାଯାଇଛି । ଯାହାକୁ ଦେଖି ଶାହିନବାଗ ପ୍ରଦର୍ଶନକୁ ମହିଳାଙ୍କ ପ୍ରଦର୍ଶନ ବୋଲି ମଧ୍ୟ କୁହାଯାଉଛି । ଏହି ପ୍ରଦର୍ଶନ ଯୋଗୁଁ ଶାହିନବାଗ ବଜାରରେ ଥିବା ଦୋକାନ ଗୁଡ଼ିକ ମଧ୍ୟ ବନ୍ଦ ରହିଛି |

ଶାହିନବାଗ ପ୍ରଦର୍ଶନ ଯୋଗୁଁ ବନ୍ଦ ହୋଇଥିବା ରାସ୍ତା ସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ଯାଚିକା ମଧ୍ୟ ଦାଖଲ କରାଯାଇଛି । ଯାହାର ଶୁଣାଣି ଚାଲୁଥିବାବେଳେ ଏବଂ ବର୍ତ୍ତମାନ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆଗାମୀ 23 ମାର୍ଚ୍ଚରେ ହେବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.