ETV Bharat / bharat

ଅମିତ ଶାହଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଉଦ୍ୟମ, ଆପ ବିଧାୟକ ଅଟକ

author img

By

Published : Dec 13, 2020, 6:24 PM IST

Updated : Dec 13, 2020, 6:32 PM IST

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରିବାକୁ ଉଦ୍ୟମ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ହେପାଜତକୁ ନେଲା ପୋଲିସ । ପଢନ୍ତୁ ଅଧିକ...

ଅମିତ ଶାହଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ ଉଦ୍ୟମ , ଆପ ବିଧାୟକ ଅଟକ

ନୂଆଦିଲ୍ଲୀ: ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ସାମ୍ନାରେ ବିକ୍ଷୋଭ କରିବାକୁ ଉଦ୍ୟମ କରୁଥିବା ଆମ ଆଦମୀ ପାର୍ଟିର ବିଧାୟକଙ୍କୁ ହେପାଜତକୁ ନେଲା ପୋଲିସ । ବିକ୍ଷୋଭକୁ ଅନୁମତି ନଦେବା ସହ ଆପର ବିଧାୟକ କୁଲଦୀପ କୁମାରଙ୍କୁ ଅଟକ ରଖିଛି ପୋଲିସ ।

ଏମସିଡିରେ ପ୍ରାୟ 25 ଶହ କୋଟି ଟଙ୍କାର ଅର୍ଥ ହେରଫେର ହୋଇଥିବା ଅଭିଯୋଗ କରିବା ସହ CBI ତଦନ୍ତ ଦାବି କରି କୋଣ୍ଡଲିରୁ ଆମ ଆଦମୀ ପାର୍ଟିର ବିଧାୟକ କୁଲଦୀପ କୁମାର ଓ ତାଙ୍କର ଅନ୍ୟ ସହଯୋଗୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବାସଭବନ ଆଗରେ ବିକ୍ଷୋଭ କରିବା ପାଇଁ ଉଦ୍ୟମ କରିଥିଲେ । ତୁରନ୍ତ ପୋଲିସ ପହଞ୍ଚି ତାଙ୍କୁ ବାରଣ କରିବା ସହ ହେପାଜତକୁ ନେଇଥିଲା । ଦିଲ୍ଲୀର ମଧୁବିହାର ଥାନା ପୋଲିସ ତାଙ୍କୁ ଅଟକ ରଖିଥିବା ଜଣା ପଡିଛି ।

ଏହା ପୋଲିସର ଦାଦାଗିରି ବୋଲି ଅଭିଯୋଗ କରିଛନ୍ତି ବିଧାୟକ କୁଲଦୀପ କୁମାର । ପ୍ରଦର୍ଶନ କରିବା ଆମର ସାମ୍ବିଧାନିକ ଅଧିକାର ଓ ତା ପୂର୍ବରୁ ଗୃହମନ୍ତ୍ରୀ ଦିଲ୍ଲୀ ପୋଲିସକୁ ବ୍ୟବହାର କରି ଏଥିରେ ବାଧା ଦେଉଥିବା କଥା କହିଛନ୍ତି ବିଧାୟକ କୁଲଦୀପ କୁମାର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 13, 2020, 6:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.