ETV Bharat / bharat

ସିଏଏ-ଏନଆରସି: ସାଧାରଣତନ୍ତ୍ର ଦିବସ ପୂର୍ବରୁ ଲଣ୍ଡନରେ ବିରୋଧ ପ୍ରଦର୍ଶନ

author img

By

Published : Jan 26, 2020, 11:47 PM IST

ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ହୋଇଛି। ଏହି ପ୍ରଦର୍ଶନରେ ପ୍ରାୟ 2000 ଲୋକ ସାମିଲ ହୋଇଥିବା ଜଣାପଡିଛି। ଅଧିକ ପଢନ୍ତୁ...

protest-against-caa-nrc-in-london
ଲଣ୍ଡନରେ ପ୍ରଦର୍ଶନ

ଲଣ୍ଡନ: ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଏବଂ ଜାତୀୟ ନାଗରିକତା ପଞ୍ଜିକା(ଏନଆରସି) ବିରୋଧରେ ଦେଶ-ବିଦେଶରେ ଜାରି ରହିଛି ପ୍ରଦର୍ଶନ । ଦେଶରେ ଏହି ପ୍ରଦର୍ଶନ ଧିରେ ଧିରେ ସାମାନ୍ୟ ହେଉଥିବା ବେଳେ ବିଦେଶରେ ଏହା ଜୋରଦାର ହେଉଥିବା ଦେଖିବାକୁ ମିଳିଛି । ସାଧାରଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ବ୍ରିଟେନର ରାଜଧାନୀ ଲଣ୍ଡନରେ ସିଏଏ ଏବଂ ଏନଆରସି ବିରୋଧରେ ପ୍ରଦର୍ଶନ ହୋଇଛି । ଏହି ପ୍ରଦର୍ଶନରେ ପ୍ରାୟ 2000 ଲୋକ ସାମିଲ ହୋଇଥିବା ଜଣାପଡିଛି ।

71ତମ ସାଧାରଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସିଏଏ ଏବଂ ଏନଆରସି ବିରୋଧୀ ପୋଷ୍ଟର ଧରି ଲଣ୍ଡନ ରାଜରାସ୍ତାରେ ପ୍ରାୟ 2 ହଜାରରୁ ଊର୍ଦ୍ଧ୍ବ ପ୍ରଦର୍ଶନକାରୀ ଏକତ୍ରୀତ ହୋଇଥିଲେ। ସିଏଏ-ଏନଆରସିକୁ ବିରୋଧ କରୁଥିବା ଭାରତୀୟଙ୍କୁ ଆମେ ସମର୍ଥନ କରୁଛୁ ବୋଲି ସେମାନେ କହିଛନ୍ତି।

'ୟୁନାଇଟେଡ ଏଗେନ୍‌ଷ୍ଟ ଫାଶିଜିମ ଇନ୍‌ ଇଣ୍ଡିଆ'ର ନେତୃତ୍ବରେ ଏହି ମୋର୍ଚ୍ଚା ଡାଉନିଂ ଷ୍ଟ୍ରିଟରେ ଆରମ୍ଭ ହୋଇ ଭାରତୀୟ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଚାଲିଥିଲା । ପ୍ରଦର୍ଶନକାରୀଙ୍କ ଏକ ସମୂହ ନିର୍ଧାରିତ ବର୍ଜିତ କ୍ଷେତ୍ରରେ ନମାଜ ପାଠ ମଧ୍ୟ କରିଥିଲେ । ସେମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଖୋଲା ପତ୍ର ମଧ୍ୟ ଜାରି କରିଥିଲେ । ଏହି ପତ୍ରରେ ସିଏଏକୁ ତତ୍କାଳ ରୂପରେ ପ୍ରତ୍ୟାହାର କରିବା ସହ ଏନଆରସି ଏବଂ ଏନପିଆର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ଅପିଲ୍‌ କରାଯାଇଥିଲା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.