ହାଇଦ୍ରାବାଦ: ଲକଡାଉନ ବେଳେ ୱାର୍କ ଫ୍ରମ ହୋମ କରୁଥିବା ଲୋକଙ୍କ ପାଇଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି ଆଖି । କାରଣ ଏହି ସମୟରେ ଅଧିକ ସମୟ ଲାପଟପ, କମ୍ପ୍ୟୁଟର ଓ ସ୍ମାର୍ଟଫୋନ ଦେଖିବାରେ କଟିଥାଏ । ଏଥିଯୋଗୁଁ ଆଖି ଉପରେ ପ୍ରେସର ପଡିଥାଏ । କାମ କରିବାର ଚାପ ପୁଣି ଆଖି ଖରାପ ହେଲେ ଏଥିରେ ସମସ୍ୟା ସୃଷ୍ଟି ହୋଇଥାଏ ।
ତେଣୁ ଲାପଟପ କିମ୍ବା ସ୍ମାର୍ଟଫୋନରେ ଥିବା ବ୍ଲୁ ଲାଇଟ ଅପସନକୁ ସବୁବେଳେ କମ କରି କାମ କରନ୍ତୁ । ଏହା ଆଖି ଉପରେ କମ ଚାପ ପକାଇଥାଏ । ସ୍ମାର୍ଟଫୋନ, ଲାପଟପ ଆଦିର ସେଟିଙ୍ଗରେ ନାଇଟ ଲାଇଟ ଅପସନ ଅନ କରି କାମ କରନ୍ତୁ । କାରଣ ଏଥିରେ ବ୍ଲୁ ଲାଇଟ କମ ରହିଥାଏ । ବ୍ଲୁ ଲାଇଟ ଆଖିର ଦୃଷ୍ଟିଶକ୍ତି ଉପରେ ପ୍ରଭାବ ପକାଇଥାଏ । ତେଣୁ କାମ କରିବାବେଳେ ଏହାଠୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ ।
ଏହାସହ ସ୍କ୍ରିନରେ ଆଣ୍ଟି ଗ୍ଲାସର ବ୍ୟବହାର କରନ୍ତୁ । ଏହା ଆଖି ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ଫଳରେ ଲାପଟପର ଡିରେକ୍ଟ ରଶ୍ମି ଆପଣଙ୍କ ଆଖି ଉପରେ କମ ପ୍ରେସର ସହ ପଡିଥାଏ । କାମ କରିବା ମଝିରେ ଆଖିରେ ଗୋଲାପ ଜଳ ସ୍ପ୍ରେ କରନ୍ତୁ । ଆଖି ସତେଜ ରହିବା ସହ ଭଲ ଲାଗିବ ।
ଲାପଟପ କିମ୍ବା କମ୍ପ୍ୟୁଟରର ସ୍କ୍ରିନ ଓ ଆଖିର ଲେଭଲ ସମାନ ରଖି କାମ କରନ୍ତୁ । ଆଖି ବାରମ୍ବାର ଉପର ଓ ତଳକୁ କରିବା ଦ୍ବାରା ଏହା ଉପରେ ଅଧିକ ପ୍ରେସର ପଡିଥାଏ । ତେଣୁ ଲାପଟପକୁ କିଛି ବହି ଅବା ଷ୍ଟାଣ୍ଡ ଉପରେ ରଖନ୍ତୁ । ନଚେତ ନିଜ ଚେୟାରକୁ ଟିକେ ଉଚ୍ଚା କରି ବସନ୍ତୁ ।