ବେଙ୍ଗାଲୁରୁ: ସମ୍ପତ୍ତି ପାଇଁ ରକ୍ତ ସମ୍ପର୍କ ଭୁଲି ଗଲା ପୁଅ। ପରିସ୍ଥିତି ଏତେ ସାଂଘାତିକ ହୋଇଥିଲା ଯେ ଶେଷରେ ନିଜ ବାପା ମା' ଓ ଭଉଣୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି। ଏପରି ଅଭାବନୀୟ ଘଟଣା କର୍ଣ୍ଣାଟକ ଓ ମହାରାଷ୍ଟ୍ରର ସୀମାନ୍ତବର୍ତ୍ତୀ ସାଙ୍ଗଲିରେ ଘଟିଛି।
ସୂଚନା ଅନୁସାରେ, ଏହି ପୁଅ ହେଉଛି ସିଦ୍ଧପ୍ପା ଆରାକେରି। ଯିଏ ନିଜର 82 ବର୍ଷୀୟ ବୃଦ୍ଧା ବାପା ଓ 75 ବର୍ଷୀୟା ମା'କୁ ହତ୍ୟା କରିଛି। ଏହାସହ ଭଉଣୀ ସମୁଦ୍ରାଭୟାକୁ ମଧ୍ୟ ଛାଡିନାହିଁ।
ତେବେ ଏପରି ଅମାନୁଷିକ କାଣ୍ଡ ଘଟାଇବା ପରେ ସିଦ୍ଧପ୍ପା ଆରାକେରୀ ଆସି ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲା। ଏହାସହ ହତ୍ୟାକାଣ୍ଡର ସତ୍ୟାସତ୍ୟ ଗୁମର ପୋଲିସ ଆଗରେ ବଖାଣିଥିଲା।