ETV Bharat / bharat

ଓନ୍‌ଜିସିର ଲାଭ 32 ପ୍ରତିଶତ ହ୍ରାସ

ଭାରତ ସରକାରଙ୍କ ଅଧିକୃତ ଓନ୍‌ଜିସିର ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଲାଭ ପରିମାଣ 32 ପ୍ରତିଶତ ହ୍ରାସ ପାଇଛି ।

author img

By

Published : May 31, 2019, 5:51 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମୁମ୍ବାଇ: ଭାରତ ସରକାରଙ୍କ ଅଧିକୃତ ଓନ୍‌ଜିସିର ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଲାଭ ପରିମାଣ 32 ପ୍ରତିଶତ ହ୍ରାସ ପାଇଛି। ଏହାର ପୂର୍ବ ଚାରିମାସରେ ଲାଭ ପରିମାଣ 5,915 କୋଟି ରହିଥିବା ବେଳେ ଏଥର 4,045 କୋଟି ରହିଛି। କିନ୍ତୁ 2017-18 ବର୍ଷରେ ନେଟ୍‌ ଲାଭର ପରିମାଣ 34 ପ୍ରତିଶତ ବୃଦ୍ଧି ପାଇଛି। ପୂର୍ବରୁ 2016-17 ବର୍ଷରେ 19,945 କୋଟି ଟଙ୍କା ରହିଥିବା ବେଳେ ନେଟ୍‌ ଲାଭ ଏବେ 26,716 କୋଟି ଟଙ୍କାକୁ ବୃଦ୍ଧି ପାଇଛି।

ଚଳିତ ବର୍ଷ 125 ପ୍ରତିଶତ ମଧ୍ୟବର୍ତ୍ତୀକାଳୀନ ଡିଭିଡେଣ୍ଡକୁ କମ୍ପାନୀ ଘୋଷଣା କରିଥିବା ବେଳେ ବୋର୍ଡ ଅଫ ଡିରେକ୍ଟରସ୍‌ ପକ୍ଷରୁ 15 ପ୍ରତିଶତ ଡିଭିଡେଣ୍ଡ ସୁପାରିଶ କରାଯାଇଥିଲା । ତେଣୁ 2019 ଆର୍ଥିକ ବର୍ଷରେ ସମୁଦାୟ 125 ପ୍ରତିଶତ ଡିଭିଡେଣ୍ଡକୁ ଗ୍ରହଣ କରାଯାଇଥିବା ବେଳେ ଗତବର୍ଷ ଏହା 132 ପ୍ରତିଶତ ରହିଥିଲା ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

ଓନ୍‌ଜିସି ଭାରତର ବୃହତ୍‌ ଅଶୋଧିତ ତୈଳ ଓ ପ୍ରାକୃତିକ ଗ୍ୟାସ କମ୍ପାନୀ । ଭାରତୀୟ ତୈଳବଜାରକୁ ଏହାର 70 ପ୍ରତିଶତ ଅବଦାନ ରହିଛି।

ସ୍ଲଗ- ପିଲା ଚୋରି ଅଭିଯୋଗରେ ଜଣେ ଅଟକ
ଫର୍ମାଟ- ଏଭିଓ
ରିପୋର୍ଟ- ଜୀବନ ଜ୍ୟୋତି ନାୟକ/ ବାଲେଶ୍ୱର
ତା- 25/05/2019
ଆଙ୍କର- ବାଲେଶ୍ୱର ଜିଲ୍ଲା ଜଳେଶ୍ବର ଷ୍ଟେସନରେ  ଜଣେ 5ବର୍ଷର  ନାବାଳିକାକୁ  ଚୋରୀ  ଅଭିଯୋଗରେ  G R P  ପୋଲିସ ଜଣକୁ ଅଟକ ରଖିଛି।
ସୂଚନା ଅନୁଯାୟୀ, ବସ୍ତା ଥାନା  ହଦମୋଦ ଗାଁର ନାବାଳିକା ଜଣକ ନିଜ  ଜେଜେ ମାଆ ସହିତ  ଜଳେଶ୍ବର ପିଉସୀ ଘରକୁ  ବୁଲି ଆସିଥିଲେ। ତେବେ ଜଳେଶ୍ୱର  ଷ୍ଟେସନରେ  ଜଣେ ବୟସ୍କ ବ୍ୟକ୍ତି  ପିଲାକୁ ଜାବୁଡି ଦୌଡ଼ିଥିଲା। ଜେଜେମା ର  ଚିତ୍କାର ଓ ପିଲାର କାନ୍ଦ ଶୁଣି  ଉପସ୍ଥିତ ଯାତ୍ରୀ ମାନେ ପିଲା ଚୋର କୁ ଜବତ କରି GRP ପୋଲିସ କି ଜିମା ଦେଇଥିଲେ। ଅଭିଯୁକ୍ତ ଜଣକ ହେଉଛି  ଭୋଗରାଇ ଥାନା ଶ୍ଯ୲ମନନ୍ଦି ପୂର ଗ୍ରାମର  ବାବୁଲୁ ବିନ୍ଧାଣି। ଅଭିଯୁକ୍ତ ଜଣକ ନିଜକୁ ନାବାଳିକାର ଅଜା ବୋଲି ପରିଚୟ ଦେଉଥିବା ବେଳେ, ଉକ୍ତ  ବ୍ୟକ୍ତି ଜଣକ ଅନେକ ସମୟରେ ଜଲେଶ୍ୱର ଷ୍ଟେସନରେ ସନ୍ଦିଗ୍ଧ ଅବସ୍ଥାରେ  ବୁଲିବା , ଗଂଜେଇ ବିକ୍ରି ସହିତ  ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା GRP ପୋଲିସ  ସୂଚନା ଦେଇଛି। GRP ପୋଲିସ ଅଭିଯୁକ୍ତ କୁ ଅଟକ ରଖି ଅଧିକ ଛାନବିନ ଆରମ୍ଭ  କରିଛି। ତେବେ ଜଳେଶ୍ୱର  ଷ୍ଟେସନ ରେ ପ୍ରତେକ ଦିନ ଚୋରି, ଛିନତାଇ, ନିଶା କାରବାର ହେଉଥିଲେବି ରେଳ ବିଭାଗ କିମ୍ବା ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉନି। ଏଥି ପ୍ରତି  ଦୃଡ଼ ପଦକ୍ଷେପ ପାଇଁ  ସାଧାରଣରେ ଦାବି ହୋଇଛି।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.