ହାଇଦ୍ରାବାଦ: ଆସନ୍ତା 28 ତାରିଖ ଅର୍ଥାତ ଗୁରୁବାର ହିଁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । ମଙ୍ଗଳବାର ଶିବସେନା-ଏନସିପି ଓ କଂଗ୍ରେସର ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହେବା ପରେ ଉଦ୍ଧବ ଠାକରେ 28ରେ ଶପଥ ନେବେ ବୋଲି ଜଣାପଡିଛି ।
ଏହା ପୂର୍ବରୁ ଶିବସେନା ନେତ୍ରୀ ପ୍ରିୟଙ୍କା ଚର୍ତୁବେଦୀ ଟ୍ବିଟ୍ କରି ଜଣାଇଛନ୍ତି,‘ଅବକୀ ବାର ଠାକରେ ସରକାର’ । ଜୟ ମହାରାଷ୍ଟ୍ର ହ୍ୟାସଟ୍ୟାଗ ଦେଇ ସେ ଏପରି ଲେଖିଛନ୍ତି । ଯାହାକୁ ନେଇ ଟ୍ବିଟ୍ରେ ସେ ଅନେକ ସମାଲୋଚନାର ଶିକାର ହୋଇଛନ୍ତି ।