ETV Bharat / bharat

ମୋଦୀଙ୍କ ଆନ୍ଦୋଳନଜୀବୀ ବୟାନରେ ବର୍ଷିଲେ ପ୍ରିୟଙ୍କା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ଦୋଳନଜୀବୀ ବୟାନ ଉପରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିଏମଙ୍କ ଏହି ଶବ୍ଦ ଉଚାରଣକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସେମାନଙ୍କୁ ଆନ୍ଦୋଳନଜୀବୀ କହି ପ୍ରଧାନମନ୍ତ୍ରୀ ସଂସଦରେ କୃଷକଙ୍କ ଅପମାନ କରିଛନ୍ତି । ଅଧିକ ପଢନ୍ତୁ...

ମୋଦୀଙ୍କ ଆନ୍ଦୋଳନଜୀବୀ ବୟାନ ଉପରେ ବର୍ଷିଲେ ପ୍ରିୟଙ୍କା

author img

By

Published : Feb 10, 2021, 11:00 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆନ୍ଦୋଳନଜୀବୀ ବୟାନ ଉପରେ ବିରୋଧିଙ୍କ ପକ୍ଷରୁ ବାରମ୍ବାର ଆକ୍ରମଣ କରାଯାଉଛି । ଆଉ ଏବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପିଏମଙ୍କ ଏହି ଶବ୍ଦ ଉଚାରଣକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ, ସେମାନଙ୍କୁ ଆନ୍ଦୋଳନଜୀବୀ କହି ପ୍ରଧାନମନ୍ତ୍ରୀ ସଂସଦରେ କୃଷକଙ୍କ ଅପମାନ କରିଛନ୍ତି । ଆନ୍ଦୋଳନଜୀବୀର ଅର୍ଥ କ’ଣ ?

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା କୃଷକ ପଞ୍ଚାୟତରେ କହିଛନ୍ତି ଯେ, କୃଷକ ଆନ୍ଦୋଳନ କରୁଛନ୍ତି ନିଜ ଦେଶର ମାଟି ମାଆ ପାଇଁ, ନିଜ ପୁଅ ପାଇଁ, ନିଜ ଦେଶ ପାଇଁ ଯେଉଁମାନେ ସୀମାରେ ଠିଆ ହୋଇଛନ୍ତି । ତାଙ୍କୁ ଦେଶଦ୍ରୋହୀ କହୁଥିବା ବ୍ୟକ୍ତି, ତାଙ୍କୁ ନେଇ ମଜା ଉଡାଉଥିବା ଏବଂ ତାଙ୍କୁ ଆତଙ୍କବାଦୀ କହୁଥିବା ଲୋକ କେବେହେଲେ ଦେଶ ଭକ୍ତ ନୁହଁ ଓ କେବେ ତାହା ହୋଇପୈରିବେ ନାହିଁ ।

ପ୍ରିୟଙ୍କା ଗାନ୍ଧୀ ଦିଲ୍ଲୀ ବର୍ଡରରେ ଆନ୍ଦୋଳନ କରୁଥିବା କୃଷକଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଏପର୍ଯ୍ୟନ୍ତ ସେମାନଙ୍କ ସହିତ ନ ସାକ୍ଷାତ କରିବା ପ୍ରସଙ୍ଗରେ କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ ମୋଦୀ ଆମେରିକା, ଚିନ, ପାକିସ୍ତାନ ଗଲେ କିନ୍ତୁ, ଯେଉଁ ସହରରେ ରୁହନ୍ତି ତା’ର ସୀମାରେ ପହଞ୍ଚି ପାରିଲେନି । ଆହୁରି କହିଛନ୍ତି ଯେ, ପ୍ରଧାନ ମନ୍ତ୍ରୀ ମେଦୀ କୃଷକଙ୍କୁ ଅଟହାସ୍ୟ କରିଛନ୍ତି । ଯିଏକି ସହୀଦ କୃଷକଙ୍କୁ ଆଦର କରି ଶିଖି ନାହିଁ ସେମାନଙ୍କର ଅପମାନ କରିଛନ୍ତି । ସେ ଆହୁରି କହିଛନ୍ତି ଯିଏ ଦେଶର ଏୟାରପୋର୍ଟ, ରେଲଓ୍ବେ, ଏଲଆଇସି ଭଳି ସଂସ୍ଥାକୁ ବିକ୍ରି କରି ପାରନ୍ତି ତାଙ୍କ ଠାରୁ ଆଉ କ’ଣ ଆଶା କରାଯାଇପାରେ । ପ୍ରିୟଙ୍କା କହିଛନ୍ତି ଯେ, ‘‘ଭାଇମାନେ ଆପଣମାନେ ଜାଗ୍ରତ ହୁଅନ୍ତୁ ଯେଉଁଥିରେ ଆପଣଙ୍କର ଆଶା ରହିଛି । ସେ ଆପଣଙ୍କ ପାଇଁ କିଛି ବି କରିବେ ନାହିଁ । ଏ ବିଲ ଯେ ପର୍ଯ୍ୟନ୍ତ ରଦ୍ଦ ନ ହେବ ସେପର୍ଯ୍ୟନ୍ତ ଆମେ ଆପଣଙ୍କ ସହିତ ଅଛୁ ।

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.