ନୂଆଦିଲ୍ଲୀ: ଚଳିତ ଆର୍ଥିକ ବର୍ଷ ଜିଡିପି ଆକଳନ 5 ପ୍ରତିଶତ ରହିବା ରିପୋର୍ଟକୁ ନେଇ କେନ୍ଦ୍ରସରକାରଙ୍କୁ ଟାର୍ଗେଟ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଅର୍ଥନୀତିରେ ସୁଧାର ଆଣିବାରେ ସରକାର ବିଫଳ ହୋଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।
ସେ ଦାବି କରିଛନ୍ତି, ଅର୍ଥିକ ନୀତିରେ ସୂଧାର ଆଣିବା ପାଇଁ ଏଯାବତ୍ କୌଣସି ବିଶ୍ବସନୀୟ ପଦକ୍ଷେପ ସରକାର ଗ୍ରହଣ କରିନାହାଁନ୍ତି । ଏଣୁ ଅର୍ଥ ବ୍ୟବସ୍ଥା ଉପରେ ଧ୍ୟାନ ଦେବାକୁ ସେ ଟ୍ବିଟ କରି ସରକାରଙ୍କୁ କହିଛନ୍ତି ।
ଜିଡିପି ଆକଳନ ଅନୁସାରେ, ଦେଶର ସ୍ଥିତି ଠିକ୍ ନାହିଁ ଓ ଏହାର ପ୍ରଭାବ କାରବାର, ଗରିବୀ ଉପରେ ପଡିବ ବୋଲି ସେ କହିଛନ୍ତି ।