ETV Bharat / bharat

ନକଲି ଶିକ୍ଷକ ନିଯୁକ୍ତି ମାମଲାକୁ ନେଇ ଯୋଗୀ ସରକାରଙ୍କୁ ପ୍ରଶ୍ନ କଲେ ପ୍ରିୟଙ୍କା - priyanka gandhi target yogi government

ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାର ସର୍ବଦା ଭ୍ରଷ୍ଟାଚାର ବିରୋଧରେ ଅସହିଷ୍ଣୁତାର କଥା କୁହନ୍ତି । ହେଲେ ସେ ଏଭଳି ଦୁର୍ନୀତି ଗତିବିଧିକୁ କିପରି ସହ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ।

ପ୍ରିୟଙ୍କା
ପ୍ରିୟଙ୍କା
author img

By

Published : Jun 14, 2020, 4:38 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ନକଲି ଶିକ୍ଷକ ନିଯୁକ୍ତି ମାମଲା ସାମ୍ନାକୁ ଆସିବା ପରେ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ବାଧୀନ ସରକାର ସର୍ବଦା ଭ୍ରଷ୍ଟାଚାର ବିରୋଧରେ ଅସହିଷ୍ଣୁତାର କଥା କୁହନ୍ତି । ହେଲେ ସେ ଏଭଳି ଦୁର୍ନୀତି ଗତିବିଧିକୁ କିପରି ସହ୍ୟ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।

ଉତ୍ତର ପ୍ରଦେଶର ବିଜେପି ସରକାରକୁ ଟାର୍ଗେଟ କରି ପ୍ରିୟଙ୍କା ଟ୍ବିଟ କରି କହିଛନ୍ତି, 'ଶିକ୍ଷା ବିଭାଗରେ ଏତେବଡ ଦୁର୍ନୀତି ହେଉଥିଲା ତଥାପି ଏହି ବିଷୟରେ ବିଭାଗୀୟ ମନ୍ତ୍ରୀ କିପରି ଅବଗତ ନଥିଲେ ? କଣ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟକୁ ମଧ୍ୟ ଏହି ବିଷୟରେ ସୂଚନା ନଥିଲା ? ଆଶ୍ଚର୍ଯ୍ୟଜନକ କଥା ହେଉଛି, ଜିରୋ ଟୋଲୋରାନ୍ସର କଥା କହୁଥିବା ସରକାର ଏଭଳି ବଡ ଧରଣର ଭ୍ରଷ୍ଟାଚାରକୁ ଟଲରେଟ କରୁଥିଲେ ।'

ଏହା ବ୍ୟତୀତ ପ୍ରିୟଙ୍କା ଗାନ୍ଧୀ ରାଜ୍ୟରେ ଶିକ୍ଷକଙ୍କ ନିଯୁକ୍ତିରେ ଅନିୟମିତତା ଏବଂ ନକଲି ଶିକ୍ଷକଙ୍କୁ ନେଇ ଯୋଗୀ ସରକାରଙ୍କ ସମାଲୋଚନା କରିଛନ୍ତି ।

ସୌଜନ୍ୟ@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.