ନୂଆଦିଲ୍ଲୀ: କଂଗ୍ରେସର ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମହିଳା ସୁରକ୍ଷାକୁ ନେଇ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରକୁ ଜୋରଦାର ଆକ୍ରମଣ କରିଛନ୍ତି ।ବିଜେପି ରାଜ୍ୟରେ ଶାସନ ଭାର ଗ୍ରହଣ କରିବା ପରେ ଅପରାଧ ଲୁଟ ଆତଙ୍କରାଜର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ସେ କଟାକ୍ଷ କରିଛନ୍ତି ।
ପ୍ରତ୍ୟେକ ଦିନ ରାଜ୍ୟରେ ଦୁଷ୍କର୍ମ,ହତ୍ୟାକାଣ୍ଡ ଛୋଟ ଶିଶୁ ମଧ୍ୟ ଦୁଷ୍କର୍ମର ପରିମାଣ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ କରିଛନ୍ତି । ବିଜେପି ଶାସନ ସମୟରେ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧର ପରିମାଣ ବୃଦ୍ଧି ପାଇଛି । ପ୍ରିୟଙ୍କା ଗାନ୍ଧୀ ପୂର୍ବ ଉତ୍ତରପ୍ରଦେଶର ପ୍ରଭାରୀ ଭାବରେ ନିଯୁକ୍ତ ହୋଇଛନ୍ତି । ଲୋକଙ୍କ ସମସ୍ୟା ଉପରେ ପଶୁ ଗୁହାଳ ପଇସା ପ୍ରଦାନରେ ବିଳମ୍ବ , ଆଖୁଚାଷୀ, ଧାନ ବିହନ ପ୍ରଦାନରେ ଅବହେଳା, ବୁନ୍ଦେଲଖଣ୍ଡ ଅଞ୍ଚଳର ଚାଷୀ ଆତ୍ମହତ୍ୟା ଆଦିକୁ ନେଇ ପ୍ରିୟଙ୍କା ଗାନ୍ଧୀ ରାଜ୍ୟ ସରକାରଙ୍କ ପ୍ରଶ୍ନ କରିଛନ୍ତି ।
ସୂଚନା ଥାଉକି ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗ୍ରାମାଞ୍ଚଳରେ ଲୋକଙ୍କୁ ମହିଳା ସଶକ୍ତିକରଣ ଓ ସୁରକ୍ଷାକୁ ନେଇ ଲୋକଙ୍କୁ ଅବଗତ କରାଯିବ ବୋଲି କହିଥିଲେ । ରାଜ୍ୟରେ ପୁଅ ଓ ଝିଅ ମଧ୍ୟରେ କୌଣସି ଭେଦଭାବ ନାହିଁ । ଉତ୍ତରପ୍ରଦେଶ ସରକାର ନାରୀ ସୁରକ୍ଷାକୁ ଦୃଷ୍ଟିରେ ରଖି 218 ନୂତନ ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ କୋର୍ଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ।
(ANI)