ETV Bharat / bharat

ପିଏମଙ୍କୁ ଅନୁରୋଧ ଖବରକୁ ମିଥ୍ୟା କହିଲେ ପ୍ରିୟଙ୍କା, ଅଗଷ୍ଟ 1 ସୁଦ୍ଧା ଖାଲି କରିବେ ବଙ୍ଗଳା

author img

By

Published : Jul 14, 2020, 12:16 PM IST

କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରୀ ବଙ୍ଗଳା ଖାଲି କରିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସେ ଅଗଷ୍ଟ 1 ପୂର୍ବରୁ 35 ଲୋଧି ଇଷ୍ଟେଟ୍ ବଙ୍ଗଳା ଖାଲି କରିବେ।

ପିଏମଙ୍କୁ ଅନୁରୋଧ ଖବରକୁ ମିଥ୍ୟା ବୋଲି କହିଲେ ପ୍ରିୟଙ୍କା

ନୂଆଦିଲ୍ଲୀ: କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସରକାରୀ ବଙ୍ଗଳା ଖାଲି କରିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ସେ ଅଗଷ୍ଟ 1 ପୂର୍ବରୁ 35 ଲୋଧି ଇଷ୍ଟେଟ୍ ବଙ୍ଗଳା ଖାଲି କରିବେ। ନିକଟରେ ପ୍ରିୟଙ୍କା ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବଙ୍ଗଳାକୁ ନେଇ ଅନୁରୋଧ କରିଥିବାର ଖବର ଶୁଣିବାକୁ ମିଳୁଥିଲା କିନ୍ତୁ ଏହାକୁ ମିଥ୍ୟା ବୋଲି କହିଛନ୍ତି ମହାସଚିବ ।

ପ୍ରକାଶଥାଉକି, ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ଏଥିପାଇଁ 1 ଅଗଷ୍ଟ 2020 ପର୍ଯ୍ୟନ୍ତ ସମୟ ପ୍ରଦାନ କରିଛନ୍ତି। ପ୍ରିୟଙ୍କା ଲୋଧି ଇଷ୍ଟେଟର ବିଳାସପୂର୍ଣ୍ଣ ବଙ୍ଗଳା ନମ୍ବର 35 ରେ ବର୍ଷ ବର୍ଷ ଧରି ରହିଆସୁଥିଲେ । ଏସିପିଜି ସୁରକ୍ଷା ବ୍ୟବସ୍ଥା କାଢି ନେବା ପରେ ବଙ୍ଗଳା ଖାଲି କରିବାକୁ କୁହାଯାଇଛି । ମନ୍ତ୍ରଣାଳୟ ଦ୍ବାରା ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଯଦି ପ୍ରିୟଙ୍କା ଅଗଷ୍ଟ 1 ପର୍ଯ୍ୟନ୍ତ ଏହି ବଙ୍ଗଳା ଖାଲି ନକରନ୍ତି ତେବେ ତାଙ୍କୁ ଜୋରିମାନା ଦେବାକୁ ପଡିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.