ETV Bharat / bharat

ଇସ୍ତଫା ଦେଲେ ରାହୁଲ, ପ୍ରତିକ୍ରିୟା ରଖିଲେ ପ୍ରିୟଙ୍କା

କଂଗ୍ରେସ ଅଧକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ପରେ ପ୍ରତିକ୍ରିୟା ଦେଇଛନ୍ତି ଭଉଣୀ ପ୍ରିୟଙ୍କା । ଯାହା ରାହୁଲ କରିଛନ୍ତି ବହୁତ୍ କମ୍ ଲୋକ ସେପରି କରିବାକୁ ସାହସ କରିବେ ବୋଲି ସେ ଲେଖିଛନ୍ତି ।

ଫାଇଲ ଫଟୋ
author img

By

Published : Jul 4, 2019, 2:43 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧକ୍ଷ ପଦରୁ ରାହୁଲ ଗାନ୍ଧିଙ୍କ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି ଭଉଣୀ ପ୍ରିୟଙ୍କା । ଟ୍ବିଟ୍ କରି ପ୍ରିୟଙ୍କା କହିଛନ୍ତି, ଯାହା ରାହୁଲ କରିଛନ୍ତି ବହୁତ୍ କମ୍ ଲୋକ ସେପରି କରିବାକୁ ସାହସ କରନ୍ତି । ତେବେ ରାହୁଲଙ୍କ ଇସ୍ତଫା ନେଇ ଟ୍ବିଟର ଦିନକ ପରେ ଆସିଛି ପ୍ରିୟଙ୍କାଙ୍କ ପ୍ରତିକ୍ରିୟା । ଏହା ସହିତ ରାହୁଲଙ୍କ ନିଷ୍ପତ୍ତିକୁ ମୁଁ ସମ୍ମାନ ଜଣାଉଛି ବୋଲି ଲେଖିଛନ୍ତି ପ୍ରିୟଙ୍କା ଗାନ୍ଧୀ ଭଦ୍ରା ।

ପ୍ରକାଶ ଯେ, ଗତ ମେ 23ରେ ନିର୍ବାଚନ ଫଳାଫଳ ପରେ ହିଁ କଂଗ୍ରେସର କାର୍ଯ୍ୟକାରିଣୀ କମିଟି ବୈଠକରେ ରାହୁଲ ନିଜ ଇସ୍ତଫା କଥା ଉଠାଇଥିଲେ । କିନ୍ତୁ ଦଳ ତାଙ୍କ ଇସ୍ତଫାକୁ ସ୍ବୀକାର କରିନଥିଲା । ଦଳର ବରିଷ୍ଠ ନେତାମାନେ ରାହୁଲଙ୍କ ଇସ୍ତଫାକୁ ବିରୋଧ କରିଥିଲେ । କିନ୍ତୁ ରାହୁଲ ଗାନ୍ଧୀ ନିଜ ଜିଦରୁ ନ ଓହରି 4 ପୃଷ୍ଠା ସମ୍ବଳିତ ଇସ୍ତଫା ପତ୍ରକୁ ବୁଧବାର ଟ୍ବିଟରରେ ସେୟାର କରିଥିଲେ ।

ହେଲେ ଏବେ ସୁଦ୍ଧା କଂଗ୍ରେସ କାର୍ଯ୍ୟକାରୀ କମିଟି ରାହୁଲଙ୍କ ଇସ୍ତଫାକୁ ସ୍ଵୀକାର କରିଥିବା ନେଇ ସୂଚନା ଆସିନାହିଁ । ତେବେ ଦଳର ବରିଷ୍ଠ ନେତା ମୋତିଲାଲ ଭୋରା ଦଳର ଅନ୍ତରୀଣ ଅଧ୍ୟକ୍ଷ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି ।ତେବେ ବୁଧବାର ନିଜେ ଟ୍ବିଟ୍ କରି ରାହୁଲ ଇସ୍ତଫା ପତ୍ର ଅପଲୋଡ୍ କରିଥିଲେ । ଏଥିରେ ସ୍ପଷ୍ଟ କରିଥିଲେ ବିଜେପି ସହିତ ଲଢେଇ କରିବାକୁ ଏବେ ପାର୍ଟିରେ ବଡଧରଣର ପରିବର୍ତନ ଆବଶ୍ୟକତା ରହିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.