ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ବର୍ଷର ‘ନାରୀ ଶକ୍ତି ପୁରସ୍କାର’ ବିଜୟିନୀଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ଏହି ନାରୀମାନେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି ଅଭିହିତ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି ପୁରସ୍କାର ବିଜୟିନୀ ମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ‘ଯେତେବେଳେ ତୁମେ କାର୍ଯ୍ୟ ଆରମ୍ଭ କରୁଛ, ତାହାକୁ ଏକ ମିଶନ ଭାବେ ଗ୍ରହଣ କର କିମ୍ବା ଜୀବନରେ ଯାହାର ଗୁରୁତ୍ବ ରହିଛି ତାହା କର । ଏହା ପରବର୍ତ୍ତୀ ସମୟରେ ଆପଣମାନଙ୍କୁ କୃତିତ୍ବ ପ୍ରଦାନ କରିବ । ଯାହା ଆପଣମାନେ କରି ଦେଖାଇଛନ୍ତି ।’
ଉଲ୍ଲେଖଯୋଗ୍ୟ, ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ନାରୀ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଛନ୍ତି । ମହିଳା ଓ ଶିଶୁକଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପ୍ରତିବର୍ଷ ମାର୍ଚ୍ଚ 8 ତାରିଖରେ ପ୍ରଦାନ କରାଯାଉଛି ।
@ANI