ETV Bharat / bharat

ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି

ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର 15 ତାରିଖରେ ଗୁଜରାଟ କଚ୍ଛ ଜିଲ୍ଲାର ଧୋରଦ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଅଧିକ ପଢ଼ନ୍ତୁ...

Prime Minister narendra Modi will visit Gujarat to inaugurate various projects
ବିଭିନ୍ନ ପ୍ରକଳ୍ପ ଉଦଘାଟନ ପାଇଁ ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି
author img

By

Published : Dec 13, 2020, 8:30 PM IST

ନୂଆଦିଲ୍ଲୀ: ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଡିସେମ୍ବର 15 ତାରିଖରେ ଗୁଜରାଟ କଚ୍ଛ ଜିଲ୍ଲାର ଧୋରଦ ଗସ୍ତ କରି ସେଠାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ମୋଦି। ଏହାସହ ନରେନ୍ଦ୍ର ମୋଦି କେତେକ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି। ଏହି ପ୍ରକଳ୍ପ ମଧ୍ୟରେ ସ୍ବଚାଳିତ ଦୁଗ୍ଧ ବିଶୋଧନା ଓ ପ୍ୟାକିଂ ପ୍ରକଳ୍ପ, ହାଇବ୍ରିଡ ନବୀକରଣ ଶକ୍ତି ପ୍ରକଳ୍ପ ଓ ଡିସାଲିନେସନ ପ୍ଲାଣ୍ଟ ଆଦିର ଶିଳାନ୍ୟାସ ବା ଉଦଘାଟନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ମିଳିଛି।

ଏହି ଅବସରରେ ମୋଦି ଶ୍ବେତ ରଣ କଚ୍ଛ ବୁଲିବା କାର୍ଯ୍ୟକ୍ରମ ରହିଛି। ଏହି ସମୟରେ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୋଦିଙ୍କ ସହ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି। ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।

ଡିସାଲିନେସନ ପ୍ଲାଣ୍ଟ ଦ୍ବାରା ଦିନକକୁ 10 କୋଟି ଲିଟର ଅଶୁଦ୍ଧ ଜଳକୁ ବ୍ୟବହାର କରି ନର୍ମଦା ଗ୍ରୀଡରେ କାର୍ଯ୍ୟକାରୀ କରାଯିବ। ଏହାଦ୍ବାରା ବହୁ ଲୋକଙ୍କୁ ବିଦ୍ୟୁତ ସହ 8 ଲକ୍ଷ ଲୋକଙ୍କୁ ସ୍ବଚ୍ଛ ଜଳ ମିଳିପାରିବ। ବିଶେଷ କରି ମୁଣ୍ଡ୍ରା, ଲଖପତ, ଅବ୍ଦାଶ ଓ ନଖତ୍ରାଣ ଲୋକେ ଏହାଦ୍ବାରା ବିଶେଷ ଉପକୃତ ହେବେ। ଏନେଇ ଏକ ପ୍ରେସ ରିଲିଜରେ ସୂଚନା ଦେଇଛନ୍ତି ଗୁଜରାଟ ସରକାର।

ଏସହ ହାଇବ୍ରିଡ ଶକ୍ତି ନବୀକରଣ ପାର୍କ ବିଘାକୋଟ ନିକଟରେ ଶିଳାନ୍ୟାସ କରାଯିବ। ଏହି ଶକ୍ତି ନବୀକରଣ ପାର୍କ ଦେଶର ସବୁଠାରୁ ବଡ଼ ଶକ୍ତି ନବୀକରଣ ପାର୍କ ହେବ। ଏହାସହ ସରହଦ ଡାଏରୀ ଅଞ୍ଜର ନିକଟରେ ସ୍ବଚାଳିତ ଦୁଗ୍ଧ ବିଶୋଧନା ଓ ପ୍ୟାକିଂ ପ୍ରକଳ୍ପର ଶିଳାନ୍ୟାସ ଦିଆଯିବ। 121 କୋଟି ଟଙ୍କା ବ୍ୟୟ ଅଟକଳରେ ଏହା ଆରମ୍ଭ କରିବାକୁ ନଷ୍ପତ୍ତି ନେଇଛନ୍ତି।

@ani

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.