ନୂଆଦିଲ୍ଲୀ: ଆସନ୍ତାକାଲି(ଗୁରୁବାର) ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ । ଭିଡିଓ କନଫେରେନ୍ସିଂ ମାଧ୍ୟମରେ କୋଭିଡ-19 ର ମୁକାବିଲା ନେଇ ଚର୍ଚ୍ଚା କରିବେ ମୋଦି ।
ଏହା ପୂର୍ବରୁ ମାର୍ଚ୍ଚ 20ରେ ମଧ୍ୟ କୋରୋନା ନେଇ ସମସ୍ତ ରାଜ୍ୟର ମୁଖିଆଙ୍କ ସହ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ଏହି ସମୟରେ ଦେଶବ୍ୟାପୀ କୋରୋନା ବିପଦ ଥିବା ନେଇ ଜଣାଇବା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିମିଶି କାମ କରିବାକୁ ଆହ୍ବାନ କରିଥିଲେ ପିଏମ ।
ସୂଚନାଯୋଗ୍ୟ, ମାର୍ଚ୍ଚ 20ର ବୈଠକ ପରେ ମାର୍ଚ୍ଚ 22ରେ ଜନତା କର୍ଫ୍ୟୁ ପାଳନ କରିବାକୁ ଦେଶବାସୀଙ୍କୁ ଆହ୍ବାନ କରିଥିଲେ ମୋଦି । ତେବେ ଏହି ବୈଠକରେ ଆଗାମୀ ଦିନରେ କୋରୋନାକୁ ନେଇ କିଛି ବଡ ପଦକ୍ଷେପ ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।