ETV Bharat / bharat

କୋରୋନା ପାଇଁ ରାତି 8ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି - coronavirus symptoms

ଆଜି ରାତି 8ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । କରୋନା ମାହାମାରୀ ବିଷୟରେ କରିପାରନ୍ତି ଅପିଲ୍। ଅଧିକ ଖବର ପଢନ୍ତୁ...

Will address the nation at 8 PM today
କୋଭିଡ୍-19 ପାଇଁ ଆଜି ରାତି 8 ରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ମୋଦି
author img

By

Published : Mar 24, 2020, 11:57 AM IST

ନୂଆଦିଲ୍ଲୀ: ଆଜି ରାତି 8ଟାରେ ଦେଶବାସୀଙ୍କୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ। କୋରୋନା ମହାମାରୀ ଭାରତରେ 9 ଜଣଙ୍କ ଜୀବନ ନେଇଥିବା ବେଳେ 490 ଜଣ ଆକ୍ରାନ୍ତ ହେଲେଣି । ତେବେ ଏହି ଭୟଙ୍କର ସ୍ଥିତିର ମୁକାବିଲା ପାଇଁ ଦେଶବାସୀଙ୍କୁ ଅପିଲ୍ କରିପାରନ୍ତି ମୋଦି ।

'ମୁଁ ରାତି 8ଟାରେ କୋରୋନା ଭାଇରସର ବିଭିନ୍ନ ଦିଗ ଓ ଏଥିରୁ କିପରି ସତର୍କ ରହିବାକୁ ପଡିବ ସେ ବିଷୟରେ ଦେଶବାସୀଙ୍କୁ ଉଦବୋଧନ ଦେବି' ବୋଲି ମୋଦି ଟ୍ବିଟ କରି ସୂଚନା ଦେଇଛନ୍ତି। ଖବର ଥାଉକି, ଏହି ମହାମାରୀର ମୁକାବିଲା ପାଇଁ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦବୋଧନ ଦେବେ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଜନତା କର୍ଫ୍ୟୁର ଆହ୍ବାନ ଦେଇଥିଲେ।

ରବିବାର ଲାଗୁ ହୋଇଥିବା ଏହି କର୍ଫ୍ୟୁ ସକାଳ 7ଟାରୁ ସନ୍ଧ୍ୟା 9 ପର୍ଯ୍ୟନ୍ତ ଚାଲିଥିଲା । କୋରୋନା ଭାଇରସ ସହ ଲଢିବା ପାଇଁ ଗୋଟିଏ ଦିନ ଦେଶବାସୀଙ୍କୁ ନିଜ ଘରେ ରହିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ । ଯାହା ଅଶାତୀତ ସଫଳ ମଧ୍ୟ ହୋଇଛି ।

ବ୍ୟୁରୋ ରିିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.