ETV Bharat / bharat

ପିଏମଙ୍କ କୋରୋନା ବାର୍ତ୍ତା: ରବିବାର ରାତି 9 ଟାରେ 9 ମିନିଟ୍ ମାଗିଲେ ମୋଦି - ପିଏମଙ୍କ କୋରୋନା ବାର୍ତ୍ତା

ଆସନ୍ତା ଅପ୍ରେଲ 5 ତାରିଖ ରାତ୍ର 9ଟା ସମୟରେ ମୋତେ ଆପଣ ଆପଣଙ୍କ ମୂଲ୍ୟବାନ 9 ମିନିଟ୍ ସମୟ ଦିଅନ୍ତୁ। ଏହି ସମୟରେ ଆପଣ ଆପଣଙ୍କ ଇଲେକଟ୍ରି ବନ୍ଦ କରି କ୍ୟାଣ୍ଡେଲ ଜଳାଇବାକୁ ମୋଦିଙ୍କ ବାର୍ତ୍ତା। ଅଧିକ ଖବର ପଢନ୍ତୁ...

Prime Minister Narendra Modi
ପିଏମଙ୍କ କୋରୋନା ବାର୍ତ୍ତା: ଆସନ୍ତା ରବିବାର ରାତ୍ର 9ଟାରେ ଆପଣଙ୍କ 9 ମିନିଟ୍ ମାଗିଲେ ମୋଦି
author img

By

Published : Apr 3, 2020, 9:25 AM IST

Updated : Apr 3, 2020, 11:38 AM IST

ହାଇଦ୍ରାବାଦ: କୋରୋନା ସଙ୍କଟ ସମୟରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ବାର୍ତ୍ତା। 130 କୋଟି ଦେଶବାସୀ ଏକତ୍ରିତ ହୋଇ କୋରୋନା ଯୁଦ୍ଧ ଲଢୁଛନ୍ତି ବୋଲି କହିଲେ ମୋଦି। କେହି ନିଜକୁ ଏକୁଟିଆ ଭାବନ୍ତୁ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସମସ୍ତଙ୍କ ସହଯୋଗରେ ଆମେ ଏହି ଅଦୃଶ୍ୟ ଶକ୍ତି ବିରୁଦ୍ଧରେ ଲଢେଇ କରି ବିଜୟ ଲାଭ କରିବା।

ପିଏମଙ୍କ କୋରୋନା ବାର୍ତ୍ତା: ରବିବାର ରାତି 9 ଟାରେ 9 ମିନିଟ୍ ମାଗିଲେ ମୋଦି

ଦେଶରେ ଲକଡାଉନକୁ ଆଜି ନଅ ଦିନ ହୋଇଗଲା। ଏହି ନଅ ଦିନିଆ ତାଲବନ୍ଦକୁ ଶାସନ,ପ୍ରଶାସନ ଓ ଜନତା ସମସ୍ତେ ସହଯୋଗ କରିଛନ୍ତି। ଦେଶବାସୀ ତାଲାବନ୍ଦ ସମୟରେ ଅନୁଶାସନ ଦେଖାଇବା ସହ ଏହାର ଅନୁପାଳନ କରିଛନ୍ତି।

ମୋଦି ଏହା ମଧ୍ୟ କହିଛନ୍ତି ଯେ କୋରୋନା ଆଣିଥିବା ମହାସଙ୍କଟରୁ ଆମେ ଦିନେ ନା ଦିନେ ନିଶ୍ଚିତ ଉଦ୍ଧାର ପାଇବା। ଆସନ୍ତା ଏପ୍ରିଲ 5 ତାରିଖ ରାତ୍ର 9ଟା ସମୟରେ ମୋତେ ଆପଣ ଆପଣଙ୍କ ମୂଲ୍ୟବାନ 9 ମିନିଟ୍ ସମୟ ଦିଅନ୍ତୁ। ଏହି ସମୟରେ ଆପଣ ଆପଣଙ୍କ ଇଲେକଟ୍ରି ବନ୍ଦ କରି ଆପଣଙ୍କ ଘରର ଲାଇଟ ନଜଳାଇ କ୍ୟାଣ୍ଡେଲ ଟର୍ଚ୍ଚ,ମୋବାଇଲ ଲାଇଟ ଓ ଦ୍ବିପ ଜାଳନ୍ତୁ। ଲକଡାଉନ ସମୟରେ ଅନେକ ଲୋକଙ୍କ ମନରେ ପ୍ରଶ୍ନ ଆସୁଛି ଏହା ଆଉ କେତେ ଦିନ ଚାଲିବ। କିନ୍ତୁ ସମସ୍ତେ ବିଶ୍ବାସ ରଖିବା ଉଚିତ୍ ଯେ ଏହା ଯଥା ଶୀଘ୍ର ଉଠିଯିବ।

ଲକଡାଉନ ଆପଣଙ୍କ ଆଗରେ ଲକ୍ଷ୍ମଣ ରେଖା ଟାଣିଛି, ଏହାକୁ ଆମେ କେହି ଅତିକ୍ରମ କରିବା ନାହିଁ। ଆମେ ଏକାଠି ନହୋଇ ସାମାଜିକ ଦୁରତ୍ବ ବଜାଇ ରଖିବା। ଯାହା କୋରୋନା ପାଇଁ ରାମବାଣ ସାବ୍ୟସ୍ତ ହେବ। ଦେଶର ସମସ୍ତ କୋରୋନା ଯୋଦ୍ଧା ଧନ୍ୟବାଦର ପାତ୍ର। ସବୁ ଭରତୀୟଙ୍କ ଉତ୍ସାହ ଓ ମନୋବଳ ଆଗରେ ହାରିବ କୋରୋନା।

ପ୍ରଧାନମନ୍ତ୍ରୀ ମୋଦି ଭିଡିଓ ବାର୍ତ୍ତା ଦେବା ଅବସରରେ ଏହି ସମସ୍ତ ଦିଗ ଉପରେ ଗୁରୁତ୍ବାରୋପ କରିବା ସହିତ ସମସ୍ତଙ୍କୁ ଏହା ଅପିଲ କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି କୋରୋନା ଅନ୍ଧକାରକୁ 130 କୋଟି ଜନତା ଦୂର କରିପାରିବେ। ଏହି ଲଢେଇରେ କୌଣସି ବ୍ୟକ୍ତି ଏକ ନୁହଁନ୍ତି ପୂରା ଦେଶ ଏକଜୁଟ ଅଛି।

ତେବେ ମୋଦି ପୁଣି ଅପିଲ କରି କହିଛନ୍ତି ଯେ, ଆସନ୍ତା ରବିବାର ରାତ୍ର 9ଟାରେ କେବଳ ବାଲକୋନୀରେ ଲାଇଟ୍ ବନ୍ଦ କରି ଦ୍ବୀପ ଜାଳନ୍ତୁ ବାହାରକୁ ବାହାରି ସମବେତ ହୁଅନ୍ତୁ ନାହିଁ। ଏହାଦ୍ବାରା ଏପ୍ରିଲ 5 ରେ ଆମେ ସମସ୍ତେ ମିଳିମିଶି ମହାଶକ୍ତି ଜାଗରଣ କରିପାରିବା।

ସୂଚନା ଥାଉକି, ସାରାଦେଶରେ କୋରୋନା ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଛି । ଏପରି ସ୍ଥଳେ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତାକୁ ସାରା ଦେଶବାସୀ ଅପେକ୍ଷା କରି ରହିଛନ୍ତି।

Last Updated : Apr 3, 2020, 11:38 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.