ETV Bharat / bharat

ଆଜି ଜବାହାରଲାଲ ନେହେରୁଙ୍କ ଶ୍ରାଦ୍ଧବାର୍ଷିକୀ, ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ - ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ

ଦେଶର ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ମନେ ପକାଇଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ...

ଆଜି ଜବାହାରଲାଲ ନେହୁରଙ୍କ ଶ୍ରାଦ୍ଧବାର୍ଷିକ
ଆଜି ଜବାହାରଲାଲ ନେହୁରଙ୍କ ଶ୍ରାଦ୍ଧବାର୍ଷିକ
author img

By

Published : May 27, 2020, 10:58 AM IST

ନୂଆଦିଲ୍ଲୀ: ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଆଜି 56ତମ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି । କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ମଧ୍ୟ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।

ମୋଦି ଟ୍ବିଟରେ ଲେଖିଛନ୍ତି, ଦେଶର ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହେରୁଙ୍କୁ ଶ୍ରଦ୍ଧାଞ୍ଜଳୀ । ରାହୁଲ ଗାନ୍ଧୀ ନେହେରୁଙ୍କୁ ଜଣେ ସାହାସୀ ସ୍ବାଧୀନତା ସଂଗ୍ରାମୀ ଓ ଆଧୁନିକ ଭାରତର ସ୍ଥାପତ୍ୟ ବୋଲି କହି ମନେ ପକାଇଛନ୍ତି । ରାହୁଲ ବିନିଜ ଜେଜେ ବାପାଙ୍କୁ ମନେ ପକାଇ ଆହୁରି କହିଛନ୍ତି, ଜଣେ ଦୂରଦୃଷ୍ଟି ସମ୍ପନ୍ନ, ବିଶ୍ବସ୍ତରୀୟ ଅନୁଷ୍ଠାନ ପ୍ରତିଷ୍ଠା କରି ସବୁ ଦିନ ପାଇଁ ଅମର ହୋଇ ରହିଛନ୍ତି ।

1889 ମସିହା ନଭେମ୍ବର 14 ତାରିଖ ଦିନରେ ଚାଚା ନେହେରୁ ଜନ୍ମ ଗ୍ରହଣ କରିଥିଲେ । 1919ରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେବା ସହ ମହାତ୍ମା ଗାନ୍ଧୀଙ୍କ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ । ଏହାପରେ ସେ 1923 ସେପ୍ଟେମ୍ବରରେ ସର୍ବଭାରତୀୟ କଂଗ୍ରେସ କମିଟିର ସେ ଜେନେରାଲ ସଚିବ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ । 1947 ଅଗଷ୍ଟ 15 ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । 1964 ଆଜି ଦିନରେ ତାଙ୍କର ଦେହାନ୍ତ ହୋଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.