ETV Bharat / bharat

କଟକରେ କ୍ରୀଡା ମହାକୁମ୍ଭ: ‘ଓଡିଶା ରଚିଲା ନୂଆ ଇତିହାସ’ - କଟକରେ କ୍ରୀଡ଼ା ମହାକୁମ୍ଭ

ଖେଲୋ ଇଣ୍ଡିଆ ଗେମରେ କମ୍ପୁଛି ଭାରତ । ପ୍ରଥମଥର ପାଇଁ ବିଶ୍ବବିଦ୍ୟାଳୟସ୍ତରୀୟ ଖେଲୋ ଇଣ୍ଡିଆ ହେଉଥିବାବେଳେ ଓଡିଶାରେ ଆୟୋଜିତ ହୋଇଛି ଏହି କ୍ରୀଡ଼ା ମହାକୁମ୍ଭ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସି ଜରିଆରେ ଏହାକୁ ଉଦଘାଟନ କରିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Khelo India University
Khelo India University
author img

By

Published : Feb 22, 2020, 7:42 PM IST

କଟକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି ବିଶ୍ବବିଦ୍ୟାଳୟସ୍ତରୀୟ ‘ଖେଲୋ ଇଣ୍ଡିଆ’ କାର୍ଯ୍ୟକ୍ରମ । ପ୍ରଥମ ଥର ପାଇଁ ଏହି କୀଡା ମହାକୁମ୍ଭ ହେଉଥିବାବେଳେ ଏହା ପୁଣି ଓଡିଶାରେ ଆୟୋଜନ ହେଉଛି । କଟକ ଇନଡୋର ଷ୍ଟାଡ଼ିୟମରେ ହୋଇଛି ଉଦଘାଟନୀ ଉତ୍ସବ । ମଞ୍ଚରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜ୍ଜୁଙ୍କ ସମେତ ରାଜ୍ୟ ସରକାରଙ୍କ ବିଶିଷ୍ଟ ମନ୍ତ୍ରୀଗଣ ଉପସ୍ଥିତ ରହିଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନ..

ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉଦଘାଟନ କରିବା ସହ କ୍ରୀଡ଼ା ମୁହାକୁମ୍ଭକୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜିର ଦିନରେ ବିଶ୍ବରେ ଓଡ଼ିଶା ନୂଆ ଇତିହାସ ସୃଷ୍ଟି କରିଥିବା କହିଛନ୍ତି ମୋଦି । କ୍ରୀଡ଼ା କ୍ଷେତ୍ରରେ ଓଡିଶାର ଏହି ସଫଳତା ସାରା ବିଶ୍ବ ବିଦିତ । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଖେଳକୁ ରାଜ୍ୟରେ କରିବାକୁ ଓଡିଶା ସକ୍ଷମ ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଏହି ସମସ୍ତ ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନୀୟକଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି ।

ଖେଲୋ ଇଣ୍ଡିଆରେ ଭାଗ ନେଉଥିବା ସମସ୍ତ ଖେଳାଳୀଙ୍କୁ ଶୁଭେଛା ଜଣାଇ ବିଜୟୀ ହେବା ପାଇଁ କାମନା କରିଛନ୍ତି ମୋଦି । ମୋଦି କହିଛନ୍ତି, ଖେଳ ଧନୀ ଗରିବ ମଧ୍ୟରେ ନଥାଏ । ନିଜ ଇଛାଶକ୍ତି ହିଁ ତୁମକୁ ଖେଳାଳି କରିଥାଏ ଏବଂ ବିଜେତା କରିଥାଏ ବୋଲି ସେ କହିଛନ୍ତି । ତେଣୁ ନିଜ ପରିବାର ଓ ପିତାମାତାଙ୍କ ଆଶା ଆକାଂକ୍ଷାକୁ ପୂରଣ କରିବାକୁ ପ୍ରତିବଦ୍ଧ ହେବା ପାଇଁ ପ୍ରେରଣା ଦେଇଛନ୍ତି ।

ଦୌଡ ରାଣୀ ଦୂତୀ ଚାନ୍ଦଙ୍କ ଉଦାହରଣ ଦେବାକୁ ମଧ୍ୟ ଭୁଲି ନଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶା ଭଳି ଏକ ପବିତ୍ର ମାଟିରେ ଏହିପରି ଅନେକ ଉଦାହରଣ ରହିଥିବା ସେ କହିଛନ୍ତି । ଶେଷରେ ଜଗତର ଠାକୁର ଜଗନ୍ନଥଙ୍କୁ ସ୍ମରଣ କରିବା ସହ ଜଗତଜିତା ହେବାକୁ ସମସ୍ତ ଖେଳାଳିଙ୍କୁ କହିଥିଲେ ପ୍ରଧାନମନ୍ତ୍ରୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.