ETV Bharat / bharat

ସ୍ବଦେଶ ପ୍ରତ୍ୟାବର୍ତ୍ତନ କଲେ ପ୍ରଧାନମନ୍ତ୍ରୀ - ସାଉଦି ଆରବ

ଦୁଇଦିନିଆ ସାଉଦି ଗସ୍ତ ଶେଷକରି ଭାରତ ଫେରିଲେ ପ୍ରଧାନମନ୍ତ୍ରୀ ମୋଦି । ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ-ସଉଦଙ୍କ ନିମନ୍ତ୍ରଣରେ ରିୟାଦ ଠାରେ ଆୟୋଜିତ ହୋଇଥିବା ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନ(KSA)ରେ ଯୋଗଦେଇଥିଲେ ମୋଦି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Oct 30, 2019, 8:17 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 2ଦିନିଆ ସାଉଦି ଆରବ ଗସ୍ତ ସାରି ନୂଆଦିଲ୍ଲୀ ଫେରି ଆସିଛନ୍ତି । ମଙ୍ଗଳବାର ମଧ୍ୟରାତ୍ରରେ ମୋଦି ସାଉଦି ଆରବରୁ ଆସି ବୁଧବାର ଭୋରରୁ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି । ରିୟାଦ ଯାତ୍ରା ସମୟରେ ମୋଦି ସାଉଦି ଆରବ ରାଜାଙ୍କ ସହିତ ଦ୍ବିପାକ୍ଷିକ ସଂପର୍କ ବୃଦ୍ଧି ଉପରେ ଯୋର ଦେଇଥିଲେ । ଏହାସହ ସାଉଦି ଆରବର ଯୁବରାଜ ଏଚଆରଏଚ ମହମ୍ମଦ ବିନ ସଲମାନ ମଧ୍ୟ ମୋଦିଙ୍କୁ ସାକ୍ଷାତ କରିଥିଲେ ।

ସାଉଦି ଆରବର ରାଜା ସଲମାନ ବିନ ଅବଦୁଲ ଅଜିଜ ଅଲ-ସଉଦଙ୍କ ନିମନ୍ତ୍ରଣରେ ରିୟାଦ ଠାରେ ଆୟୋଜିତ ହୋଇଥିବା ତୃତୀୟ ଭବିଷ୍ୟତ ନିବେଶ ପଦକ୍ଷେପ ବୈଠକର ପୂର୍ଣ୍ଣାଙ୍ଗ ଅଧିବେଶନ(KSA)ରେ ଯୋଗଦେଇଥିଲେ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ରିୟାଦ ଯାତ୍ରା ସମୟରେ ପ୍ରତିରକ୍ଷା, ବ୍ୟବସାୟ, ସଂସ୍କୃତି, ଶିକ୍ଷା ଓ ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ସାଉଦି ଆରବ ସହିତ ଦ୍ବି-ପାକ୍ଷିକ ସହଯୋଗ ସହ ଅନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ମଧ୍ୟ ସାମିଲ ଥିଲା । ଏହାସହ ଏହି ଗସ୍ତ ଉଭୟ ଦେଶର ସଂପର୍କ ଆହୁରି ମଜବୁତ ହେବ ବୋଲି ଆଶା କରିଛନ୍ତି ଉଭୟ ନେତା ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.