ଅହମ୍ମଦାବାଦ: ଦୁଇ ଦିନିଆ ଗୁଜରାଟ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି(ଶୁକ୍ରବାର) ସକାଳେ ଅହମ୍ମଦାବାଦ ଅଭିମୁଖେ ବାହାରିବା ସହ ଗୁଜୁରାଟରେ ପହଁଞ୍ଚି ସାରିଲେଣି ପ୍ରଧାନମନ୍ତ୍ରୀ । ଏହି ଗସ୍ତ ସମୟରେ ମୋଦି ସ୍ବର୍ଗତଃ ପୂବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଏହାପରେ ମୋଦି କେଭଡିଆ ଏବଂ ଅହମ୍ମଦାବାଦ ମଧ୍ୟରେ ପ୍ରସିଦ୍ଧ ସାମୁଦ୍ରିକ ସେବା ସମେତ ଅନେକ ପ୍ରକଳ୍ପର ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।
ଏହି ଯାତ୍ରା ସମୟରେ ପ୍ରଧାନମନ୍ତ୍ରୀ ଅକ୍ଟୋବର 31 ରେ ଷ୍ଟାଚ୍ୟୁ ଅଫ୍ ୟୁନିଟ ପରିଦର୍ଶନ କରିବା ସହ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ 145 ତମ ଜନ୍ମବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଅକ୍ଟୋବର 30 ଅପରାହ୍ନରେ ପ୍ରଧାନମନ୍ତ୍ରୀ ମୋଦି କେଭାଡିଆରେ ପହଞ୍ଚିବେ ।
ପ୍ରଧାନମନ୍ତ୍ରୀ ପ୍ରଥମେ ଭାରତର "ଆଇରନ୍ ମ୍ୟାନ୍" ପାଇଁ ଉତ୍ସର୍ଗୀକୃତ 182 ମିଟର ଉଚ୍ଚତା ବିଶିଷ୍ଟ "ଷ୍ଟାଚ୍ୟୁ ଅଫ୍ ୟୁନିଟି" ନିକଟରେ ବିକଶିତ ହୋଇଥିବା ଜଙ୍ଗଲ ସଫାରି ନାମରେ ଜଣାଶୁଣା ସର୍ଦ୍ଦାର ପଟେଲ ପ୍ରାଣୀ ଉଦ୍ୟାନର ଉଦଘାଟନ କରିବେ । ଏହି ପ୍ରାଣୀ ଉଦ୍ୟାନରେ ପୃଥିବୀର ବିଭିନ୍ନ ସ୍ଥାନରୁ ଅଣାଯାଇଥିବା ବଣୁଆ ଜନ୍ତୁ ଏବଂ ପକ୍ଷୀମାନେ ବାସ କରନ୍ତି |
ଏହାପରେ, ପ୍ରଧାନମନ୍ତ୍ରୀ ଏକ ବୋଟ ସେବା ଉଦଘାଟନ କରିବେ । ଯାହାକି କାର୍ଯ୍ୟସୂଚୀ ଅନୁଯାୟୀ ପ୍ରାୟ 4 କିଲୋମିଟର ଦୂରରେ ଥିବା ପ୍ରତିମୂର୍ତ୍ତି ଏବଂ ଶ୍ରେଷ୍ଠ ଭାରତ ଭବନ ମଧ୍ୟରେ ଥିବା ନର୍ମଦା ନଦୀରେ କାର୍ଯ୍ୟ କରିବ । ଏହାର ଉଦଘାଟନ ପରେ ପ୍ରଧାନମନ୍ତ୍ରୀ ବୋଟରେ ଯାତ୍ରା କରିବେ ବୋଲି ଆଶା କରାଯାଉଛି ।