କୋଚି: କେରଳର 96 ବର୍ଷୀୟ କାର୍ତ୍ତିଆନି ଆମ୍ମା ଓ 105 ବର୍ଷର ଭାଗୀରଥୀ ଆମ୍ମାଙ୍କୁ 'ନାରୀ ଶକ୍ତି ପୁରସ୍କାର 2019' ସମ୍ମାନରେ ସମ୍ମାନିତ କରାଯିବ । ମାର୍ଚ୍ଚ 8 ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନ ପ୍ରଦାନ କରିବେ । ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଏହି ପୁରସ୍କାର ପ୍ରତିବର୍ଷ ପ୍ରଦାନ କରାଯାଏ ।
କାର୍ତ୍ତିୟାନି ଆମ୍ମା 98 ପ୍ରତିଶତ ଆଣି କେରଳରେ ଅକ୍ଷଲକ୍ଷ୍ମୀ ସାକ୍ଷରତା କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ପରୀକ୍ଷାରେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । କାର୍ତ୍ତିୟାନି ଆମ୍ମା କେବେ ସ୍କୁଲ ଯାଇନାହାଁନ୍ତି ତଥାପି, ସେ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ପ୍ରାୟ 43 ହଜାର ଲୋକ ଏହି ପରୀକ୍ଷା ଦେଇଥିଲେ ।
ନଭେମ୍ବର ମାସ 1 ତାରିଖରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟ ତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମନ କି ବାତ୍ର ଭାଗୀରଥୀ ଆମ୍ମା ବିଷୟରେ କହିଥିଲେ ।
ସେହିପରି କେରଳର କୋଲାମର ବାସିନ୍ଦା ଭାଗୀରଥୀ ଆମ୍ମା 105 ବର୍ଷ ବୟସରେ ରାଜ୍ୟ ସାକ୍ଷରତା ମିଶନ ଅଧୀନରେ ଚତୁର୍ଥ ଶ୍ରେଣୀ ପରୀକ୍ଷାରେ ଯୋଗ ଦେଇଥିଲେ | ସେ ଏହି ପରୀକ୍ଷାରେ 74.4 ପ୍ରତିଶତ ସଂଖ୍ୟାରେ ପାସ୍ କରିଛନ୍ତି ।
କେରଳର ଏହି ଦୁଇ ମହିଳାଙ୍କୁ ‘ନାରୀ ଶକ୍ତି ପୁରସ୍କାର 2019’ ପ୍ରଦାନ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ | ପ୍ରତି ବର୍ଷ ପାଇଁ ନାରୀ ଶକ୍ତି ପୁରସ୍କାର ଲାଗି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ଆବେଦନ ପତ୍ର ଆହ୍ୱାନ କରାଯାଇଥାଏ । ମହିଳା ସଶକ୍ତିକରଣ ବିଶେଷ କରି ଅନଗ୍ରସର ଏବଂ ଅବହେଳିତ ମହିଳାଙ୍କ ପ୍ରଗତି ପାଇଁ ବିଶେଷ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ, ସଙ୍ଘ ଏବଂ ଅନୁଷ୍ଠାନକୁ ସ୍ବୀକୃତି ପ୍ରଦାନ ପୂର୍ବକ ପ୍ରତିବର୍ଷ ଏହି ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥାଏ ।
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ମାର୍ଚ୍ଚ 8, 2020ରେ ପାଖାପାଖି 40 ଜଣଙ୍କୁ ନାରୀଶକ୍ତି ପୁରସ୍କାର ପ୍ରଦାନ କରାଯିବ । ଏହି ପୁରସ୍କାରରେ ଏକ ଲକ୍ଷ ଟଙ୍କା (INR 100,000) ନଗଦ ପୁରସ୍କାର ପ୍ରଦାନ ନେଇ ଉଲ୍ଲେଖ ରହିଛି ।