ETV Bharat / bharat

'ରାଷ୍ଟ୍ରପତି ଆରମ୍ଭ କରିଥିଲେ ସୋମନାଥ ମନ୍ଦିର କାର୍ଯ୍ୟ, ପିଏମ କରିବେ ରାମ ମନ୍ଦିର'

author img

By

Published : Aug 1, 2020, 1:45 PM IST

ଉମା ଭାରତୀ କହିଛନ୍ତି ଯେ, 'ଅଯୋଧ୍ୟା ଆଉ ବିବାଦର ବିଷୟ ହୋଇନାହିଁ । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସବୁ ବର୍ଗର ଲୋକ ମାନି ନେଇଛନ୍ତି । ଅଧିକ ପଢନ୍ତୁ...

'ରାଷ୍ଟ୍ରପତି ଆରମ୍ଭ କରିଥିଲେ ସୋମନାଥ ମନ୍ଦିର କାର୍ଯ୍ୟ, ପିଏମ କରିବେ ରାମ ମନ୍ଦିର'
'ରାଷ୍ଟ୍ରପତି ଆରମ୍ଭ କରିଥିଲେ ସୋମନାଥ ମନ୍ଦିର କାର୍ଯ୍ୟ, ପିଏମ କରିବେ ରାମ ମନ୍ଦିର'

ଲକ୍ଷ୍ନୌ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନରେ ଯୋଗଦେବାକୁ ଯାଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜନୈତିକ ଦଳର ଟାର୍ଗେଟରେ ଅଛନ୍ତି। ବର୍ତ୍ତମାନ ବିଜେପି ରାଷ୍ଟ୍ରୀୟ ଉପାଧ୍ଯକ୍ଷ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ସୋମନାଥ ମନ୍ଦିରର ନିର୍ମାଣ କାର୍ଯ୍ୟ ରାଷ୍ଟ୍ରପତି ଡା.ରାଜେନ୍ଦ୍ର ପ୍ରସାଦଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦି ସମାନ ଭାବରେ ଅଯୋଧ୍ୟା ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ।

ଉମା ଭାରତୀ କହିଛନ୍ତି ଯେ, 'ଅଯୋଧ୍ୟା ଆଉ ବିବାଦର ବିଷୟ ହୋଇ ନାହିଁ । ମୁସଲମାନମାନଙ୍କ ଆସ୍ଥା ଆହ୍ଲାଙ୍କ ଉପରେ ଅଛି, ମକ୍କା ମଦିନାରେ ଅଛି, ଇସଲାମ ଉପରେ ଅଛି, କିନ୍ତୁ ବାବର କିମ୍ବା ବାବରଙ୍କ ଦ୍ୱାରା ନିର୍ମିତ କୌଣସି ସ୍ମାରକ ଉପରେ ନୁହେଁ। ହିନ୍ଦୁ କିମ୍ବା ମୁସଲମାନ ସମସ୍ତଙ୍କ ଦୃଷ୍ଟିରେ ବାବର ଜଣେ ବିଦେଶୀ ଆକ୍ରମଣକାରୀ'। କଂଗ୍ରେସକୁ ଟାର୍ଗେଟ କରି ଉମା କହିଛନ୍ତି ଯେ, ନେହରୁ ଅଯୋଧ୍ୟା ପ୍ରସଙ୍ଗକୁ 1949 ମସିହାରେ ରାଜନୈତିକ ଉଦ୍ଦେଶ୍ୟରେ ବିବାଦ କରିଥିଲେ।

ଉମା କହିଛନ୍ତି 'ସମସ୍ତ ଧର୍ମର ଲୋକମାନେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଗ୍ରହଣ କରିଛନ୍ତି। ନେହରୁଙ୍କ ସମୟରେ ମଧ୍ୟ ଏହା ହୋଇପାରିଥାନ୍ତା, କିନ୍ତୁ କଂଗ୍ରେସ ସେତେବେଳେ ଏହାକୁ ହେବାକୁ ଦେଇନଥିଲା ଏବଂ ଦେଶକୁ 71 ବର୍ଷ ଧରି ଚାପରେ ରଖିଥିଲା। ବର୍ତ୍ତମାନ ଦେଶବାସୀ ଏକତା ଦ୍ୱାରା ଏହି ଚାପକୁ ଦୂରକରିଦେଇଛନ୍ତି । ସେ କଂଗ୍ରେସ, ସମାଜବାଦୀ ତଥା ବାମପନ୍ଥୀ ବିଚାରଧାରା ଲୋକଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ, ସେମାନେ ମନ୍ଦିର ନିର୍ମାଣ କାର୍ଯ୍ୟକୁ ଶାନ୍ତିରେ ଆରମ୍ଭ ନକରିବାକୁ ସେମାନେ ଚାହୁଁଛନ୍ତି। ଦେଶର ଲୋକମାନେ ଏକଜୁଟ ହୋଇ ସେମାନଙ୍କର ଯୋଜନା ନଷ୍ଟ କରିବେ'।

ଉମା ଭାରତୀ କହିଛନ୍ତି ଯେ, ଅଶୋକ ସିଙ୍ଗଲ ଏବଂ ଲାଲ କୃଷ୍ଣ ଆଡଭାନୀଙ୍କ ନେତୃତ୍ୱରେ ଏହି ପାଞ୍ଚ ଶତାବ୍ଦୀର ମନ୍ଦିର ନିର୍ମାଣ ଅଭିଯାନର ଶେଷ ପର୍ଯ୍ୟାୟରେ ଅଂଶଗ୍ରହଣ କରି ମଁ ନିଜକୁ ଭାଗ୍ୟବାନ ମନେ କରୁଛି । ସିବିଆଇ କୋର୍ଟକୁ ମନ୍ଦିର, ଆଇନକୁ ବେଦ ଏବଂ ବିଚାରପତିଙ୍କୁ ଭଗବାନ ବୋଲି କହି ଉମା ଭାରତୀ କହିଛନ୍ତି ଯେ ତାଙ୍କ ପାଟିରୁ ଯାହା ବାଣୀ ବାହାରିବ ତାହା ମୋ ପାଇଁ ଶିରୋଧାର୍ଯ୍ୟ । ମୁଁ ପ୍ରତ୍ୟେକ ଦଣ୍ଡକୁ ଗ୍ରହଣ କରିଥିଲି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.