ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ କରିବେ କୋରୋନା ଟେଷ୍ଟ । କରୋନା ସଂକ୍ରମିତ ବଲିଉଡ ଗାୟିକ କନିକା କପୁରଙ୍କ ପାର୍ଟିରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂଙ୍କ ଯୋଗଦାନ ଖବର ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କନିକାଙ୍କୁ ଭେଟିବା ପରେ ଦୁଷ୍ୟନ୍ତ ରାଷ୍ଟ୍ରପତିଙ୍କୁ ଭେଟିଥିଲେ ।
ରାଷ୍ଟ୍ରପତି ଭବନ ଦ୍ବାରା ପ୍ରକାଶିତ ସୂଚନାରେ କୁହାଯାଇଛି ଯେ ରାଷ୍ଟ୍ରପତି ମଧ୍ୟ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନିର୍ଦ୍ଦେଶାବଳୀ ପାଳନ କରିବେ । ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଷ୍ଟ୍ରପତି ତାଙ୍କର ସମସ୍ତ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରିଛନ୍ତି । ଇତି ମଧ୍ୟରେ, ଦୁଷ୍ୟନ୍ତ ସିଂଙ୍କ ସହ କିଛି କାର୍ଯ୍ୟକ୍ରମରେ ଜଡିତ ସାଂସଦ ତଥା ଅନ୍ୟ ଲୋକମାନେ ନିଜକୁ ଆଇସୋଲେସନରେ ରଖୁଛନ୍ତି ।
ସୂଚନା ଯୋଗ୍ୟ ଯେ, ରବିବାର ଲକ୍ଷ୍ନୌରେ କନିକା କପୁରଙ୍କ ଏକ କାର୍ଯ୍ୟକ୍ରମରେ ବିଜେପି ସାଂସଦ ଦୁଷ୍ୟନ୍ତ ସିଂ ଓ ମା ତଥା ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗ ଦେଇଥିଲେ। କନିକା କରୋନା ସଂକ୍ରମିତ ଥିବା ଜଣାପଡିଛି । ଏବେ ଯେଉଁମାନେ ସେହି ପାର୍ଟିରେ କନିକାଙ୍କ ସହ ଯୋଗ ଦେଇଥିଲେ ସେମାନଙ୍କୁ କଡା ଅନୁସନ୍ଧାନ କରାଯାଉଛି ।
ସମ୍ବେଦନଶୀଳ ଘଟଣାରେ ତଥ୍ୟ ଲୁଚାଇବା ପାଇଁ କାନିକାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ୟୁପି ସରକାର ଘୋଷଣା କରିସାରିଛନ୍ତି । ଏହି ପାର୍ଟି ଅନୁଷ୍ଠିତ ହୋଇଥିବା ତାଜ ହୋଟେଲକୁ ଲକ୍ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କ ପାଇଁ ଡାକ୍ତରୀ ଯାଞ୍ଚ କରାଯିବ।
@IANS ଇନପୁଟ