ETV Bharat / bharat

କାର୍ଯ୍ୟକାଳ ମଧ୍ୟରେ ଶିକ୍ଷାର ବିକାଶ ରହିଛି ରାମନାଥ କୋବିନ୍ଦଙ୍କ ପ୍ରାଥମିକତା

author img

By

Published : Oct 1, 2020, 2:27 PM IST

ରାଷ୍ଟ୍ରପତି ଭାବେ ଅତି ଦାୟିତ୍ବବୋଧତା ସହ 2017 ମସିହାରୁ ନିଜ ଭୂମିକା ବେଶ ସୁଚାରୂ ରୂପେ ତୁଲାଇ ଆସୁଥିବା ରାମନାଥ କୋବିନ୍ଦଙ୍କର ଆଜି 75ତମ ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା...

ram nath kovind, unknown fact, unknown fact on ramnath kovind, ରାମନାଥ କୋବିନ୍ଦ, ଅଜଣା କଥା, ରାମନାଥ କୋବିନ୍ଦଙ୍କ ଉପରେ ଅଜଣା କଥା
କାର୍ଯ୍ୟକାଳ ମଧ୍ୟରେ ରାମନାଥ କୋବିନ୍ଦଙ୍କ ପ୍ରାଥମିକତା ରହିଛି ଶିକ୍ଷାର ବିକାଶ

2017 ମସିହା, ଜୁଲାଇ 20 । ଦେଶର ରାଷ୍ଟ୍ରପତି ଭାବେ ଘୋଷଣା ହୋଇଥିଲା ନ୍ୟାସନାଲ ଡେମୋକ୍ରାଟିକ ଆଲାଏନ୍ସ (ଏନଡିଏ) ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କ ନାମ । ଏଥିସହ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତଃ ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ସମାପ୍ତି ପରେ ଜୁଲାଇ 25ରୁ ସେ ପାଲଟିଗଲେ ଦେଶର 14ତମ ରାଷ୍ଟ୍ରପତି । ପ୍ରତିଦ୍ବନ୍ଦୀ ତଥା ଲୋକସଭା ବାଚସ୍ପତି ମୈରା କୁମାରଙ୍କୁ ବିପୁଳ ବ୍ୟବଧାନରେ ପରାଜିତ କରିଥିଲେ । ଏହାପୂର୍ବରୁ ରାମନାଥ ବିହାରର ରାଜ୍ୟପାଳ ଭାବେ ବେଶ ସୁରୁଖୁରୁରେ ଦାୟିତ୍ବ ସମ୍ପର୍ଣ୍ଣ କରିଥିଲେ ।

ରାଷ୍ଟ୍ରପତି ଭାବେ ଅତି ଦାୟିତ୍ବବୋଧତା ସହ 2017 ମସିହାରୁ ନିଜ ଭୂମିକା ବେଶ ସୁଚାରୂ ରୂପେ ତୁଲାଇ ଆସୁଥିବା ରାମନାଥ କୋବିନ୍ଦଙ୍କର ଆଜି 75ତମ ଜନ୍ମ ଦିନ । ଏହି ଅବସରରେ ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ଅଜଣା କଥା...

  • ଉତ୍ତରପ୍ରଦେଶର କାନପୁର ଦେହାତ ଜିଲ୍ଲାର ପରୌଖ ଗାଁରେ ଅକ୍ଟୋବର 1, 1945ରେ ଜନ୍ମଗ୍ରହଣ କରିଥିଲେ ରାମନାଥ କୋବିନ୍ଦ । ଜଣେ ଦଳିତ ନେତା ଭାବେ ସେ ରାଜନୀତିରେ ପଦାର୍ପଣ କରିଥିଲେ ।
  • 1974 ମସିହା, ମେ’ 30ରେ ସବିତା କୋବିନ୍ଦଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ବର୍ତ୍ତମାନର ରାଷ୍ଟ୍ରପତି ।
  • ସେ ଆଇଆଇଏମ କୋଲକାତାରେ ଅନୁସୂଚିତ ଜାତି ଓ ଜନଜାତିକୁ ପ୍ରତିନିଧିତ୍ବ କରିଥିଲେ । ଏହାଛଡା ସେ ବିଜେପିର ଦଳିତ ଶାଖା ଅଧ୍ୟକ୍ଷ ଥିଲେ ।
  • କେ ଆର ନାରାୟଣଙ୍କ ପରେ ରାମନାଥ ହେଉଛନ୍ତି ଭାରତର ଦ୍ବିତୀୟ ଦଳିତ ରାଷ୍ଟ୍ରପତି ।
  • 1994 ମସିହାରେ ସେ ନିଜ ରାଜନୀତିକ ଯାତ୍ରା ଆରମ୍ଭ କରିଥିଲେ । ଏହିବର୍ଷ ସେ ଉତ୍ତରପ୍ରଦେଶରୁ ରାଜ୍ୟସଭା ସାଂସଦଜ ଭାବେ ମନୋନୀତ ହୋଇଥିଲେ ।
  • ରାଜ୍ୟସଭା ସାଂସଦ ଭାବେ ରାମନାଥ ଦୁଇ ଥର ମନୋନୀତ ହୋଇଥିଲେ । ପ୍ରଥମେ 1994 ଓ ଦ୍ବିତୀୟରେ 2000 ମସିହାରେ ସେ ମନୋନୀତ ହୋଇଥିଲେ ।
  • କାନପୁରରୁ ସ୍କୁଲ ଶେଷ କରିବା ପରେ କାନପୁର ଡିଏଭି କଲେଜରୁ ଆଇନ ଓ ବାଣିଜ୍ୟରେ ସେ ଉଚ୍ଚ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ସିଭିଲ ସର୍ଭିସ ପାଇଁ ଚେଷ୍ଟା କରିଥିଲେ । ବହୁ ଚେଷ୍ଟା ପରେ ତୃତୀୟ ଥରରେ ସେ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିଲେ ।
  • 1971 ମସିହାରେ ଦିଲ୍ଲୀ ବାର କାଉନସିଲରେ ଆଇନଜୀବୀ ଭାବେ ମନୋନୀତ ହୋଇଥିଲେ ରାମନାଥ । ଏହାପରେ ସେ 1980ରୁ 1993 ପର୍ଯ୍ୟନ୍ତ ସୁପ୍ରିମକୋର୍ଟରେ ଆଇନଜୀବୀ ଭାବେ କାର୍ଯ୍ୟ କରିଥିଲେ । ପରେ ପରେ ସେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ବ ତୁଲାଇଥିଲେ ।
  • ନ୍ୟୁୟର୍କରେ ଜାତିସଂଘରେ ସେ ଭାରତର ପ୍ରତିନିଧିତ୍ବ କରିଥିଲେ । 2002 ମସିହା ଅକ୍ଟୋବରରେ ସେ ଜାତିସଂଘ ସାଧାରଣ ସଭାରେ ଉଦବୋଧନ ଦେଇଥିଲେ ।
  • ନିଜ କାର୍ଯ୍ୟକାଳ ମଧ୍ୟରେ ସେ ଗ୍ରାମୀଣ ଅଞ୍ଚଳରେ ଶିକ୍ଷାର ବିକାଶ ଦିଗରେ ମୁଖ୍ୟତଃ କାର୍ଯ୍ୟ କରିଥିଲେ । ବିଶେଷତଃ ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ଏମପିଲାଡର ବ୍ୟବହାର କରି ସେ ଅନେକ ସ୍କୁଲ ଘର ନିର୍ମାଣ କରାଇଥିଲେ ।
  • ସେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସଂସଦୀୟ କମିଟିରେ କାର୍ଯ୍ୟ କରିଥିଲେ । ସେଥିମଧ୍ୟରେ ରହିଛି ଅନୁସୂଚିତ ଜାତି ଓ ଜନଜାତି ୱେଲଫେୟାର କମିଟି, ଅନ୍ତରୀଣ ବ୍ୟାପାର କମିଟି, ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ କମିଟି, ସାମାଜିକ ନ୍ୟାୟ ଓ ସଶକ୍ତିକରଣ କମିଟି ଓ ଆଇନ ଓ ନ୍ୟାୟ କମିଟି ।
  • ସେ ଲକ୍ଷ୍ନୌସ୍ଥିତ ଡ଼ଃ ଭୀମ ରାଓ ଆମ୍ବେଦକର ୟୁନିଭର୍ସିଟିର ବୋର୍ଡ ସଦସ୍ୟ ଭାବେ ଦାୟିତ୍ବ ବହନ କରିଥିଲେ । ଏହାଛଡା ସେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ମଧ୍ୟ ରହିଥିଲେ ।
  • 2015 ମସିହା ଅଗଷ୍ଟ 8ରେ ବିହାରର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ ।
  • ନିଜ ପୈତୃକ ଘରକୁ ସେ ଜନ୍ମମାଟିର ଲୋକଙ୍କୁ ହାତେଇ ଦେଇଥିଲେ । ଏହି ଘରକୁ ଏକ ସଂଘ ଘର ବା ବିବାହ ଘର ଭାବେ ବ୍ୟବହାର କରିବା ପାଇଁ ସେ ଘରଟିକୁ ହସ୍ତାନ୍ତର କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.