ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟକୁ ମିଳିବ ନୂଆ କୋଠା । ବୁଧବାର ଅପରାହ୍ନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହାର ଶୁଭ ଉଦ୍ଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ସୁପ୍ରିମ୍କୋର୍ଟ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଆଇନମନ୍ତ୍ରୀ ରବି ଶଙ୍କର ପ୍ରସାଦ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ପ୍ରମୁଖ ଉପସ୍ଥିତ ରହିବେ ।
ପ୍ରାୟ ୧୨ ଏକର ପରିମିତ ଅଞ୍ଚଳରେ ଏହି ନୂଆ ଅଟ୍ଟାଳିକାକୁ ନିର୍ମାଣ କରାଯାଇଛି । ସୁପ୍ରିମ୍କୋର୍ଟର ଏହି ନୂଆ ବିଲ୍ଡିଂ ନିର୍ମାଣରେ ୮ଶହ ୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହାକୁ ୧୫ ଲକ୍ଷ ୪୦ ହଜାର ବର୍ଗଫୁଟ ଜମିରେ ନିର୍ମାଣ କରାଯାଇଥିବା କୁହାଯାଉଛି । ଏଥିରେ ସୌରଶକ୍ତିକୁ ବ୍ୟବହାର କରାଯାଇଛି । ଏହି ନୂତନ କୋଠାରେ 5ଗୋଟି ବ୍ୟବହାରିକ ବ୍ଲକ ଓ ଗୋଟିଏ ସର୍ଭିସ ବ୍ଲକ ରହିଥିବା ସୂଚନା ରହିଛି ।