ETV Bharat / bharat

ନିର୍ଭୟା ମାମଲା: ପବନ ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ - nirbhaya convict pawan

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିକ ପଢନ୍ତୁ...

nirbhaya-case
ପବନ ଗୁପ୍ତା
author img

By

Published : Mar 4, 2020, 2:34 PM IST

ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ପବନ କୁମାର ଗୁପ୍ତାର ରାଜକ୍ଷମା ଆବେଦନ ଖାରଜ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବୁଧବାର ରାଷ୍ଟ୍ରପତି ଭବନ ପକ୍ଷରୁ ଏନେଇ ବିଧିବଦ୍ଧ ଭାବରେ ଘୋଷଣା କରାଯାଇଛି । ଏହା ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନ୍ୟ 3 ଜଣ ଦୋଷୀଙ୍କ ରାଜକ୍ଷମା ଆବେଦନ ଖାରଜ କରିଦେଇଥିଲେ ।

ଏହାପୂର୍ବରୁ ଦିଲ୍ଲୀ ହାଇକୋର୍ଟ ବୁଧବାର ସକାଳୁ ମୃତ୍ୟୁଦଣ୍ଡ ପାଇଥିବା 4 ଦୋଷୀଙ୍କ ମାନସିକ ଏବଂ ଶାରିରୀକ ସ୍ବାସ୍ଥ୍ୟାବସ୍ଥା ତଦନ୍ତ ପାଇଁ ରାଷ୍ଟ୍ରୀୟ ମାନବାଧିକାର ଆୟୋଗକୁ ନିର୍ଦ୍ଦେଶ ଦେବା ପାଇଁ କରାଯାଇଥିବା ଆବେଦନ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ ।

ତେବେ ପବନର ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ନିକଟରେ ବିଚାରଧୀନ ଥିବାରୁ ମାର୍ଚ୍ଚ ୩ ତାରିଖରେ 4 ଦୋଷୀଙ୍କ ନାମରେ ଜାରି ଡେଥ ୱାରେଣ୍ଟକୁ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ସ୍ଥଗିତ ରଖିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.