ETV Bharat / bharat

କୃଷି ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

କୃଷି ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଲ ଉପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏବେ ଏହା ଆଇନରେ ପରିଣତ ହୋଇଛି । ଅଧିକ ପଢନ୍ତୁ...

author img

By

Published : Sep 27, 2020, 7:01 PM IST

କୃଷି ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
କୃଷି ବିଧେୟକକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ

ନୂଆଦିଲ୍ଲୀ: ବିରୋଧୀଙ୍କ ଜୋରଦାର ପ୍ରଦର୍ଶନ ମଧ୍ୟରେ ସଂସଦରୁ ପାରିତ ହୋଇଥିବା କୃଷି ବିଧେୟକ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଲ ଉପରେ ରାଷ୍ଟ୍ରପତିଙ୍କ ହସ୍ତାକ୍ଷର ପରେ ଏବେ ଏହା ଆଇନରେ ପରିଣତ ହୋଇଛି ।

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସଂସଦରେ ପାରିତ ହୋଇଥିଲା କୃଷି ବିଲ । ଆଲୋଚନା ସମୟରେ ରାଜ୍ୟସଭା ସମୟ ବୃଦ୍ଧିକୁ ନେଇ ଗୃହରେ ହଙ୍ଗାମା ହୋଇଥିଲା । ଗୃହ ମଧ୍ୟଭାଗକୁ ଆସି ବିରୋଧୀ ହୋହ୍ଲାଲା କରିଥିଲେ । ତେବେ ଧ୍ବନୀ ମତରେ ରାଜ୍ୟସଭାରେ ଏହି ବିଲ ପାରିତ ହୋଇଥିଲା। ତେବେ ଏହି ବିଲକୁ ସିଲେକ୍ଟ କମିଟିକୁ ପଠାଇବାକୁ ବିରୋଧୀଙ୍କ ଦାବିକୁ ଅଗ୍ରାହ୍ୟ କରାଯାଇଥିଲା ।

କୃଷି ସମ୍ବନ୍ଧୀୟ ଅଧ୍ୟାଦେଶ ଆଣିଥିବା ମୋଦି ସରକାରଙ୍କୁ ବଡ ଝଟକା ଦେଇଥିଲା ଏହାର ସର୍ବପୁରାତନ ସହଯୋଗୀ ଶିରୋମଣି ଅକାଳୀ ଦଳ । କୃଷି ଅଧ୍ୟାଦେଶକୁ ବିରୋଧ କରି ଅକାଳୀ ଦଳ ପକ୍ଷରୁ ମୋଦି କ୍ୟାବିନେଟରେ ମନ୍ତ୍ରୀ ଥିବା ହରସିମରତ କୌର ବାଦଲ ନିଜ ପଦରୁ ଇସ୍ତଫା ଦେଇଥିଲେ । ସମସ୍ତ ବିରୋଧ ସତ୍ତ୍ବେ ଚାଷୀଙ୍କ ହିତରେ ଏହି ବିଲ ଅଣାଯାଇଥିବା ଓ ଏହା ଦ୍ବାରା ସେମାନଙ୍କ ଆୟ ଦ୍ବିଗୁଣିତ ହେବ ବୋଲି ପ୍ରତିଶୃତି ଦେଇଛନ୍ତି କେନ୍ଦ୍ର ସରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.