ମହାରାଷ୍ଟ୍ର: ରାଷ୍ଟ୍ରପତି ଭବନର ଗେଷ୍ଟହାଉସକୁ ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଶନିବାର ରାଷ୍ଟ୍ରପତି କୋବିନ୍ଦ ରାଜଭବନଠାରେ ଏହାର ଉଦଘାଟନ କରିଛନ୍ତି । ତେବେ ମୁମ୍ବାଇ ଗସ୍ତ ସମୟରେ ଦେଶର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଏହି ନବନିର୍ମିତ ଗେଷ୍ଟ ହାଉସରେ ରହଣିର ସମସ୍ତ ସୁବିଧା ଯୋଗଇ ଦିଆଯିବ।
ତେବେ ଭିଭିଆଇପି ଗେଷ୍ଟ ହାଉସ 'ଜାଲ କିରଣ'ରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଗୋଟିଏ ଲେଖାଁଏ ସ୍ବତନ୍ତ୍ର କକ୍ଷ ରହିଛି। ଏହାସହ ବିଭିନ୍ନ ବୈଠକ ପାଇଁ ମିଟିଂ ହଲ, ଡ୍ରଇଂ ରୁମ, ସି ପେସିଂ ବାଲକୋନି ରହିଛି । ଏହି ସମାରୋହରେ ସବିତା କୋବିନ୍ଦ, ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ବିନୋଦ ତାୱାଡେ ଉପସ୍ଥିତ ରହିଥିଲେ।
ଏପରିକି ରାଷ୍ଟ୍ରପତି ରାଜଭବନରେ ପୁନଃନିର୍ମିତ ବ୍ରିଟିଶ ଅମଳର ଏକ ତୋପ ର ଉଦଘାଟନା କରାଯାଇଛି। ତେବେ ପ୍ରଥମ ବିଶ୍ବଯୁଦ୍ଧ ପରେ ଏହି ତୋପର ଲମ୍ବ 4.7 ମିଟର, ବ୍ୟାସ 1.15 ମିଟର ରହିଛି। ଏହାସହ ରାଷ୍ଟ୍ରପତି ଏକ ଅଣ୍ଡରଗ୍ରାଉଣ୍ଡ ବଙ୍କର ମ୍ୟୁଜିୟମର ଉଦଘାଟନ କରିଛନ୍ତି।